--:--:--
-- ---
Srishti News

ପାଲଲହଡାରେ ଜନ ଅଭିଯୋଗ ଶୁଣାଣି: ୬ଟି ସମସ୍ୟାର ତୁରନ୍ତ ସମାଧାନ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ପାଲଲହଡ଼ା ,ଅନୁଗୋଳSeptember 21, 202646 views
ପାଲଲହଡାରେ ଜନ ଅଭିଯୋଗ ଶୁଣାଣି: ୬ଟି ସମସ୍ୟାର ତୁରନ୍ତ ସମାଧାନ
ପାଲଲହଡା: ପାଲଲହଡା ବ୍ଲକ ହେଡକ୍ୱାର୍ଟରଠାରେ ଜିଲ୍ଲାପାଳ, ଅନୁଗୋଳ, ଆରକ୍ଷୀ ଅଧିକ୍ଷକ ଅନୁଗୋଳ ଏବଂ ଜିଲ୍ଲାସ୍ତରୀୟ ବିଭିନ୍ନ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଏହି ଶୁଣାଣିରେ ସର୍ବମୋଟ ୯୮ଟି ଅଭିଯୋଗ ଗ୍ରହଣ କରାଯାଇ ଅଭିଯୋଗକାରୀଙ୍କ ସମସ୍ୟା ଶୁଣାଯାଇଥିଲା। ସେଥିମଧ୍ୟରୁ ୬ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଏହାସହ ଆର୍ଥିକ ଅଭାବରେ ଥିବା ୪ ଜଣ ଦୁଃଖୀ ଓ ଅସହାୟ ବ୍ୟକ୍ତିଙ୍କୁ ରେଡକ୍ରସ ପାଣ୍ଠିରୁ ମୋଟ ୧୭,୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ସହ ଆବଶ୍ୟକ ସହାୟତା ଯୋଗାଇଦେବା ଏହି ଜନ ଅଭିଯୋଗ ଶୁଣାଣିର ମୁଖ୍ୟ ଉଦ୍ଦେଶ୍ୟ ଥିଲା।