--:--:--
-- ---
Srishti News

ବିନେକେଲା ବୁଥର ଚୂଡାନ୍ତ ଚିଠା ଭୋଟର ତାଲିକା ପ୍ରକାଶନ କାର୍ଯ୍ୟକ୍ରମ

Balangir (ବଲାଙ୍ଗୀର)ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼, ବଲାଙ୍ଗୀରSeptember 21, 2026129 views
ବିନେକେଲା ବୁଥର ଚୂଡାନ୍ତ ଚିଠା ଭୋଟର ତାଲିକା ପ୍ରକାଶନ କାର୍ଯ୍ୟକ୍ରମ
ଟିଟିଲାଗଡ଼ :-୨୧/୯/୨୬ ଓଡିଶା ମୁଖ୍ୟ ନିର୍ବାଚନ କମିଶନରଙ୍କ ନିର୍ଦେଶକ୍ରମେ ସାରା ରାଜ୍ୟରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ବିଏଲଓଙ୍କ ମାଧ୍ୟମରେ ପ୍ରକାଶ କରାଯାଇଥିବାବେଳେ ଆଜି ବିନେକେଲା ୧ର ବିଏଲଓ ପର୍ଶୁରାମ ସିନ୍ଧୁର ଏବଂ ବିନେକେଲା ୨ର ବିଏଲଓ ନିର୍ମଳ ପାତ୍ର ଚୂଡାନ୍ତ ଚିଠା ଭୋଟର ତାଲିକା ବିଜେପିଦଳ ର ବିଏଲଏ ଚୂଲେଶ୍ୱର ସାହୁ, ବିଜେଡିଦଳର ବିଏଲଏ ରାମଚନ୍ଦ୍ର ରତାଇ, ଗ୍ରାମର ସମାଜସେଵୀ କୃଷ୍ଣଚନ୍ଦ୍ର ମାଝୀଙ୍କ ଉପସ୍ଥିତିରେ ନିର୍ଭୁଲ ଭାବରେ ବିନେକେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଉପସ୍ଥାପନା କରି ଭୋଟର ତାଲିକା ଦେଖେଇଥିଲେ l ସମସ୍ତ ବିଏଲଏ ମଧ୍ୟ ଭୋଟର ତାଲିକା ଠିକ ଥିବାର ସହମତ ଦେଇଥିଲେ l ବିନେକେଲା ବୁଥ ନମ୍ବର ୩୩୨ର ଭୋଟର ସଂଖ୍ୟା ପୁରୁଷ ୩୧୦ ଓ ମହିଳା ୨୭୧ ସର୍ବମୋଟ ୫୮୧ ସେହିପରି ବୁଥ ନମ୍ବର ୩୩୩ ର ପୁରୁଷ ସଂଖ୍ୟା ୩୦୬ ଓ ମହିଳା ସଂଖ୍ୟା ୨୯୯ ମୋଟ ସଂଖ୍ୟା ୬୦୫, ବିନେକେଲା ଗ୍ରାମର ଦୁଇଟି ବୁଥ ମିଶି ସର୍ବମୋଟ ୧୧୮୬ଭୋଟର ରହିଥିବାର ପ୍ରକାଶ କରାଯାଇଛି l