ବଡମାଲ୍ ରେ ତୃତୀୟ ବର୍ଷ ନୂଆଖାଇ ଭେଟ କାର୍ଯ୍ୟକ୍ରମ
Balangir (ବଲାଙ୍ଗୀର)ରିପୋର୍ଟ:-କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼, ବଲାଙ୍ଗୀରSeptember 21, 2026135 views

ସଇଁତଲା :-୨୧/୯/୨୬ ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ବଡମାଲ ଗ୍ରାମରେ ତୃତୀୟ ବର୍ଷ ନୂଆଁଖାଇ ଭେଟଘାଟ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି ।ସକାଳ ସମୟରେ ଗ୍ରାମ ଦେବାଦେବୀ ଜାଡେନ୍ ପୀଠରୁ ଶୋଭାଯାତ୍ରାରେ ବାହାରି ପ୍ରହରି ମଣ୍ଡପ ନିକଟ ମଞ୍ଚରେ ସ୍ଥାପନ କରାଯାଇଥିଲା। ତାପରେ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ଅନେକ କ୍ରୀଡା ଓ ପ୍ରତିଯୋଗିତା କରାଗଲା । ପରେ ସନ୍ଧ୍ୟା ସାତ ଟା ରେ କାର୍ଯକ୍ରମ ଆରମ୍ଭ କରାଗଲା । ନୂଆଖାଇ ଭେଟଘାଟ କାର୍ଯକ୍ରମ ର ସଭାପତି ମଧୁସୂଦନ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଗ୍ରାମ ର ଭଦ୍ରବ୍ୟକ୍ତି ସୁଦେବ ଭୋଇ, ଅଙ୍ଗଦ ଭୋଇ,ଦେବେନ୍ଦ୍ର ମାଝୀ, ନାରଦ ଭୋଇ,ଶ୍ରୀକର ଭୋଇ,ସର୍ବେଶ୍ଵର ମହାପାତ୍ର, ଗୋବିନ୍ଦ ମାଝୀ,ବଂଶୀଧର ଭୋଇ ଗଣ୍ଡାରାମ ଭୋଇ ,ନନ୍ଦ ଭୋଇ, ପିଅନ ଭୋଇ,ରଚେ ଭୋଇ, ଟିକେଶ୍ୱର ଭୋଇ,ଗୋପାଳ ଜାନୀ, ଧବଳେଶ୍ୱର ଭୋଇ,ଦେବରାଜ ଭୋଇ,କାଳିନ୍ଦ୍ରି ବଗର୍ତ୍ତୀ,ରାଜୀବ ଲୋଚନ ଭୋଇ,ନିର୍ମଳ ଭୋଇ ପ୍ରମୁଖ ଯୋଗ ଦେଇଥିଲେ ।ସୁଶାନ୍ତ ଭୋଇ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଦିନେଶ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଏହି ଅବସରରେ ସାମ୍ବାଦିକ ଗୋକୁଳାନନ୍ଦ ବଗର୍ତ୍ତୀ, ଶୁଭ ଛତ୍ରିଆ ଓ ବାଦ୍ୟଯନ୍ତ୍ର ର ବିକାଶ ମାଝୀ ଓ ରାଜେଶ ପ୍ରଧାନ ପ୍ରମୁଖ ଙ୍କୁ ସମର୍ଦ୍ଧନା କରାଯାଇଥିଲା। ଚାମଚ୍ ବାଟି ,ମହିଳା ମାନଙ୍କର ହାଣ୍ଡିଫଟା, ହୁଳହୁଳି ଏବଂ ଝିଅ ମାନଙ୍କର ରାମ୍ପ ସୋ କାର୍ଯକ୍ରମ ବେଶ୍ ରୋମାଞ୍ଚକର ହୋଇଥିଲା ।ରଙ୍ଗାରଙ୍ଗ ମନୋରଞ୍ଜନ କାର୍ଯ୍ୟକ୍ରମରେ ସମସ୍ତ କଳାକାର ତଥା ଜୟକୃଷ୍ଣ ଭୋଇ ଓ ସାଥୀ ଏବଂ ସମ୍ବଲପୁରୀ ଗୀତିକାର ଅଜିତ ମାଝୀ ଓ ନୀଳମଣି ଭୋଇଙ୍କ ଦ୍ଵାରା ଦୁଲଦୁଳି ସମସ୍ତଙ୍କୁ ମନମୁଗ୍ଧ କରି ପାରିଥିଲେ । ତୃତୀୟବର୍ଷ ଏପରି ନୂଆଖାଇ ଭେଠଘାଟ କାର୍ଯ୍ୟକ୍ରମ ଆୟୋଜନରେ ଗ୍ରାମବାସୀ ବହୁତ୍ ଆନନ୍ଦ ଅନୁଭବ କରିଥିଲେ । ସାଂସ୍କୃତିକ କାର୍ଯକ୍ରମ କୁ ସୁଶାନ୍ତ ଭୋଇ, ପୁଷ୍ପାଞ୍ଜଳି ମାଝୀ , ତପୋବନ୍ତି ମାଝୀ ଓ ମୋନାଲିସା ଜାନୀ ପରିଚାଳନା କରିଥିଲେ । ଧନ୍ୟବାଦ ଦେଇଥିଲେ ସମ୍ପାଦକ ଚୂଡ଼ାମଣି ଭୋଇ । ନାରାୟଣ ମାଝୀ, ସୁଦାମ ସାହୁ, ମନୋରଞ୍ଜନ ମାଝୀ,ଅର୍ଜୁନ ବଗର୍ତ୍ତୀ,ମଧୂମେଶି ଭୋଇ ,ଜଗା ମାଝୀ,ସ୍ଵାଧୀନ ଭୋଇ,ସଞ୍ଜୟ ଜାନୀ,ପ୍ରତାପ ମାଝୀ, ତିଳୋତ୍ତମା ଭୋଇ, ବୃନ୍ଦାବତି ଭୋଇ, ମହିମା ଭୋଇ, ବନିତା ଭୋଇ, ସଞ୍ଜୁକ୍ତା ମାଝୀ, ଜୁଲି ଭୋଇ, ଆନନ୍ଦିନି ଭୋଇ,ଲୀଳାମୟୀ ପ୍ରଧାନୀ,ଝିଲି ଭୋଇ,ଟିକି ଭୋଇ,ଲବଣୀ ଭୋଇ,କୃଷ୍ଣପ୍ରିୟା ଭୋଇ,ନୟନୀ ଭୋଇ,ରଶ୍ମିତା ମାଝୀ,ଉଦ୍ଧବ ମାଝୀ, ମୋହନ ଜିତ୍ ଭୋଇ,,ରମା ଭୋଇ, , ଚିନ୍ତା ପୋଢ଼, ମଧୁ ଭୋଇ, ଡୋଳାମନି ବଗର୍ତ୍ତୀ,ଚନ୍ଦ୍ର ଭୋଇ, ସରୋଜ ମାଝୀ, ନିମାଇ ଭୋଇ,ପ୍ରମୁଖ ତଥା ନୂଆଖାଇ ଭେଟଘାଟ କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
