କଂକ୍ରିଟ ରାସ୍ତା ନଥିବାରୁ ହନ୍ତସନ୍ତ ସ୍ଥାନୀୟ ଗ୍ରାମବାସୀ
Nayagarh (ନୟାଗଡ଼)ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁSeptember 21, 202641 views

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତ ଅନ୍ତର୍ଗତ ଚକାପଥର ଗ୍ରାମାରେ ଗମନାଗମନର ସୁବିଧା ପାଇଁ ପକ୍କା ରାସ୍ତାର ଆବଶ୍ୟକତା ରହିଛି। ହେଲେ ଏବେ ବି ଚକାପଥର ଗ୍ରାମରେ କଂକ୍ରିଟ ରାସ୍ତା ନଥିବାରୁ ସ୍ଥାନୀୟ ଗ୍ରାମବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଫଟୋରେ ଦେଖାଯାଉଥିବା ମାଟି ରାସ୍ତାଟି ବର୍ଷା ହେଲେ କାଦୁଅମୟ ହୋଇ ଯାତାୟାତରେ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି। ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକଙ୍କୁ ବିଭିନ୍ନ ଅସୁବିଧା ଭୋଗିବାକୁ ପଡ଼ୁଛି। ଦୀର୍ଘଦିନ ଧରି ପକ୍କା ରାସ୍ତା ନିର୍ମାଣ ହୋଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।
ତେଣୁ ସମ୍ପୃକ୍ତ ପ୍ରଶାସନ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଶୀଘ୍ର କଂକ୍ରିଟ ରାସ୍ତା ନିର୍ମାଣ କରିବାକୁ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।
