ଗଣେଶ ପୂଜାରେ ଆଜ୍ଞା ଲଡୁ ନିଲାମ, ଯୋଗଦେଲେ ଯୁବ ବିଜେଡି ସଭାପତି ଅରୁଣାଭ ସିଂହ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳSeptember 20, 202674 views

ଅନୁଗୋଳ: ଅନୁଗୋଳ ବ୍ଲକ କୁମୁରିସିଂହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼ବାହାଳ ଗ୍ରାମରେ ଏଲିଗାଣ୍ଟ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ପବିତ୍ର ଶ୍ରୀ ଶ୍ରୀ ଗଣେଶ ପୂଜା ଉପଲକ୍ଷେ ଆଜ୍ଞା ଲଡୁ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଏହି କାର୍ଯ୍ୟକ୍ରମରେ ଯୁବ ବିଜେଡି ସଭାପତି ଅରୁଣାଭ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦ କାମନା କରିଥିଲେ। ଏଥିସହ ଉପସ୍ଥିତ ଶ୍ରଦ୍ଧାଳୁ ଓ ଆୟୋଜକମାନଙ୍କ ସହ ଆଲୋଚନା କରି ପୂଜାର ସମସ୍ତ ସଦସ୍ୟ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।
କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ଛାତ୍ର ବିଜେଡି ସଭାପତି ରାଜୀବ ଲୋଚନ ଦାସ, ସମାଜସେବୀ କ୍ଷୀରୋଦ ନାୟକ, କୁମୁରିସିଂହା ସରପଞ୍ଚ ତଥା ବ୍ଲକ ବିଜେଡି ସଭାପତି ଦୁର୍ଯ୍ୟୋଧନ ସାହୁ, ପଞ୍ଚାୟତ ବିଜେଡି ସଭାପତି ଯୋଗେନ୍ଦ୍ର ବିଶ୍ୱାଳ ଏବଂ ଏଲିଗାଣ୍ଟ ୟୁଥ୍ କ୍ଲବ୍ ସଭାପତି ସଞ୍ଜୟ ଜେନାଙ୍କ ସମେତ ବହୁ ଯୁବକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
