KGBVରେ ୫ ମାସର ବିଦ୍ୟୁତ ବିଲ୍ ବକେୟା ସଂଯୋଗ ବିଚ୍ଛିନ୍ନ, ଅନ୍ଧାରରେ ୨୦୦ ଅନ୍ତେବାସୀ
Ganjam (ଗଞ୍ଜାମ)Deepak ChoudhurySeptember 20, 202648 views

ଚିକିଟି, ୨୦ା୯: ଚିକିଟି ବ୍ଲକ ଅଧୀନ ରାମଚନ୍ଦ୍ରପୁରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (KGBV)ରେ ୫ ମାସର ବିଦ୍ୟୁତ ବିଲ୍ ପୈଠ ହୋଇନଥିବାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି। ଏହାର ପ୍ରଭାବରେ ପ୍ରାୟ ୨୦୦ ଅନ୍ତେବାସୀ ଅନ୍ଧାରରେ ରହିବା ସହ ପାଠପଢ଼ା ଓ ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।
ବିଦ୍ୟାଳୟରେ ଜେନେରେଟର ବ୍ୟବସ୍ଥା ଥିଲେ ମଧ୍ୟ ତାହା ଦୀର୍ଘ ସମୟ ଧରି ସମଗ୍ର ହୋଷ୍ଟେଲର ଆବଶ୍ୟକତା ପୂରଣ କରିପାରୁନଥିବା ଜଣାପଡ଼ିଛି। ବିଦ୍ୟୁତ ବିଚ୍ଛିନ୍ନ ହେବା ପରେ ଅନ୍ତେବାସୀଙ୍କ ମଧ୍ୟରେ ଅସୁବିଧା ସୃଷ୍ଟି ହୋଇଛି। କେତେକ ଅନ୍ତେବାସୀ ଘରକୁ ଫେରିଯିବାକୁ ପ୍ରସ୍ତୁତ ହେଉଥିବା ମଧ୍ୟ ଜଣାପଡ଼ିଛି।
୫ ମାସର ବିଦ୍ୟୁତ ବିଲ୍ କାହିଁକି ପୈଠ ହୋଇନାହିଁ ଏବଂ ଏଥିପାଇଁ କିଏ ଦାୟୀ, ତାହା ନେଇ ପ୍ରଶ୍ନ ଉଠିଛି। ଅନ୍ତେବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ବକେୟା ବିଲ୍ ପୈଠ କରି ବିଦ୍ୟୁତ ସଂଯୋଗ ପୁନଃସ୍ଥାପନ କରିବାକୁ ଦାବି ହୋଇଛି। ଏନେଇ ଜିଲ୍ଲା ଓ ବ୍ଲକ ଶିକ୍ଷା ବିଭାଗ କି ପଦକ୍ଷେପ ନେଉଛି, ତାହା ଉପରେ ନଜର ରହିଛି।
