ସ୍ୱଚ୍ଛତା ଓ ହରିତ ପରିବେଶ ପାଇଁ ଉତ୍କର୍ଷ ପାଇଁ ଚିକିଟି ବ୍ଲକର ଖରଖରିଆ ବିଦ୍ୟାଳୟ ଜିଲ୍ଲାସ୍ତରରେ ପୁରସ୍କୃତ
Ganjam (ଗଞ୍ଜାମ)ଦୁର୍ଗା ମାଧବ ମହାରଣାSeptember 20, 202681 views

ଚିକିଟି, ୨୦/୯/୨୬: ସ୍ୱଚ୍ଛ-ହରିତ ବିଦ୍ୟାଳୟ ରେଟିଂରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ସ୍କୋର ହାସଲ କରିଥିବା ଚିକିଟି ବ୍ଲକର ଖରଖରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସମ୍ମାନିତ କରାଯାଇଛି। ବ୍ଲକସ୍ତରୀୟ କ୍ରୀଡ଼ା ଓ ଖେଳ ପ୍ରତିଯୋଗିତା-୨୦୨୬–୨୭ର ଉଦ୍ଯାପନୀ ତଥା ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।ଏହି ଅବସରରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଖରଖରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ବିଷୋୟୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ।
ବିଦ୍ୟାଳୟ ପକ୍ଷରୁ ସ୍ୱଚ୍ଛତା, ପରିବେଶ ସୁରକ୍ଷା, ସବୁଜ ପରିବେଶ ସୃଷ୍ଟି ଏବଂ ବିଦ୍ୟାଳୟ ପରିସରର ସୁସ୍ଥ ଓ ସୁନ୍ଦର ପରିବେଶ ବଜାୟ ରଖିବା ଦିଗରେ ନିଆଯାଇଥିବା ପଦକ୍ଷେପର ଏହା ଏକ ସ୍ୱୀକୃତି ବୋଲି କୁହାଯାଇଛି।କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ପନ୍ନଗ ଭୂଷଣ ମାଝୀ, ଏବିଇଓ ତ୍ରିନାଥ ମଲ୍ଲିକ, ମେଘନାଥ ବେହେରା, ନାୟକ ସେଠୀ ଏବଂ ପ୍ରଧାନଶିକ୍ଷୟିତ୍ରୀ ସବିତା ରେଡ୍ଡୀଙ୍କ ସମେତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।ଖରଖରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ଗୌରବମୟ ସଫଳତା ପାଇଁ ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ବିଷୋୟୀ, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।
