--:--:--
-- ---
Srishti News

ପଞ୍ଚଭୂତିରେ ମା’ ମହାମାୟୀଙ୍କ ଆରାଧନା, ପ୍ରତି ଶନିବାର ଜମୁଛି ଭକ୍ତଙ୍କ ଭିଡ଼

Bhubaneswar (ଭୁବନେଶ୍ୱର)ରିପୋର୍ଟ :ସୁଶାନ୍ତ କୁମାର ମହାକୁଡSeptember 20, 202621 views
ପଞ୍ଚଭୂତିରେ ମା’ ମହାମାୟୀଙ୍କ ଆରାଧନା, ପ୍ରତି ଶନିବାର ଜମୁଛି ଭକ୍ତଙ୍କ ଭିଡ଼
ପଞ୍ଚଭୂତିରେ ଆରାଧ୍ୟ ଦେବୀ ମା’ ମହାମାୟୀ। ପ୍ରତି ଶନିବାର ମା’ଙ୍କ ପୀଠରେ ଭକ୍ତି ଓ ଶ୍ରଦ୍ଧାର ସହ ପୂଜାର୍ଚ୍ଚନା କରାଯାଉଛି। ମା’ଙ୍କ ଆଶୀର୍ବାଦ ପାଇଁ ଭକ୍ତମାନେ ଏଠାକୁ ଆସି ପୂଜା କରୁଛନ୍ତି। ବିଶେଷ କଥା ହେଉଛି, ଗାଁର ଯୁବକ-ଯୁବତୀମାନେ ଏକାଠି ହୋଇ ମା’ଙ୍କ ପୂଜାର ଆୟୋଜନ କରୁଛନ୍ତି। ପାରମ୍ପରିକ ରୀତିନୀତି ସହ ଧୂପ, ଦୀପ ଓ ଫୁଲରେ ମା’ଙ୍କୁ ସଜାଇ ଆରାଧନା କରାଯାଉଛି। ପ୍ରତି ଶନିବାର ଏହି ପୂଜାକୁ ନେଇ ଗାଁରେ ଭକ୍ତିମୟ ପରିବେଶ ସୃଷ୍ଟି ହେଉଛି।