--:--:--
-- ---
Srishti News

ସେବା ସଂକଳ୍ପ ଅଭିଯାନରେ ପଶୁ ସ୍ୱାସ୍ଥ୍ୟ ଓ ବନ୍ଧ୍ୟାତ୍ୱ ଶିବିର

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାSeptember 20, 202649 views
ସେବା ସଂକଳ୍ପ ଅଭିଯାନରେ ପଶୁ ସ୍ୱାସ୍ଥ୍ୟ ଓ ବନ୍ଧ୍ୟାତ୍ୱ ଶିବିର
ଖୋର୍ଦ୍ଧା: ସେବା ସଂକଳ୍ପ ଅଭିଯାନ ଅବସରରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରେ ପଶୁ ସ୍ୱାସ୍ଥ୍ୟ ଶିବିର ସହ ବନ୍ଧ୍ୟାତ୍ୱ ଚିକିତ୍ସା ଶିବିର ଆୟୋଜିତ ହୋଇଛି। ଏହି ଶିବିର ମାଧ୍ୟମରେ ପଶୁପାଳକମାନଙ୍କୁ ପଶୁ ଚିକିତ୍ସା ଓ ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କିତ ସେବା ପ୍ରଦାନ କରାଯାଇଛି।ଶିବିରରେ ବିଭିନ୍ନ ରୋଗରେ ଆକ୍ରାନ୍ତ ପଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଆବଶ୍ୟକ ଚିକିତ୍ସା ଏବଂ ପଶୁପାଳନ ସମ୍ପର୍କିତ ପରାମର୍ଶ ଦିଆଯାଇଥିଲା। ଏଥିସହ ପଶୁମାନଙ୍କ ପ୍ରଜନନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ବନ୍ଧ୍ୟାତ୍ୱ ଚିକିତ୍ସା ଓ ଆବଶ୍ୟକ ପରାମର୍ଶ ଯୋଗାଇ ଦିଆଯାଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳର ପଶୁପାଳକମାନେ ଏହି ଶିବିରରେ ଯୋଗଦେଇ ପଶୁ ସ୍ୱାସ୍ଥ୍ୟ ଓ ପ୍ରଜନନ ସେବାର ସୁଯୋଗ ନେଇଥିଲେ।