ଅନୁଗୋଳରେ ‘ଅପରେସନ୍ ପ୍ରହାର’: ଗିରାଙ୍ଗରୁ ବିପୁଳ ବିଦେଶୀ ମଦ ଜବତ, ୨ ଅଟକ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ନାଲକୋ , ଅନୁଗୋଳSeptember 20, 202637 views

ବଅଁରପାଳ: ଅନୁଗୋଳ ଜିଲ୍ଲା ପୋଲିସର ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ନିଶା କାରବାର ବିରୋଧରେ ଚାଲିଥିବା ‘ଅପରେସନ୍ ପ୍ରହାର’ରେ ମିଳିଛି ବଡ଼ ସଫଳତା। ନାଲ୍କୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମରେ ଚଢ଼ାଉ କରି ସ୍ପେଶାଲ ସ୍କ୍ୱାଡ୍ ବିପୁଳ ପରିମାଣର ବେଆଇନ ବିଦେଶୀ ମଦ ଜବତ କରିଛି। ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି।
ସୂଚନା ଅନୁସାରେ, ଗିରାଙ୍ଗ ଗ୍ରାମର ଏକ ଦୋକାନ ଓ ଘରେ ଦୀର୍ଘଦିନ ଧରି ବେଆଇନ ଭାବେ ବିଦେଶୀ ମଦ ବିକ୍ରି ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ଚଢ଼ାଉ କରାଯାଇ ମଦ ଜବତ କରାଯାଇଥିଲା।
ତେବେ ନାଲ୍କୋ ଥାନାଠାରୁ ମାତ୍ର ପ୍ରାୟ ୨ କିଲୋମିଟର ଦୂରରେ ଦୀର୍ଘଦିନ ଧରି ଏଭଳି ବେଆଇନ ମଦ କାରବାର ଚାଲିଥିବା ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ହୋଇଛି। ସ୍ଥାନୀୟ ପୋଲିସର ଅଜାଣତରେ ଏତେ ପରିମାଣର ମଦ କାରବାର କିପରି ଚାଲିଥିଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
