--:--:--
-- ---
Srishti News

ବିଶ୍ୱକର୍ମା ପୂଜା ଦେଖିବାକୁ ଯିବା ବେଳେ ଦୁର୍ଘଟଣା

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳSeptember 20, 2026108 views
ବିଶ୍ୱକର୍ମା ପୂଜା ଦେଖିବାକୁ ଯିବା ବେଳେ ଦୁର୍ଘଟଣା
ବଅଁରପାଳ: ବିଶ୍ୱକର୍ମା ପୂଜା ଦେଖିବାକୁ ଯିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୫୫ ନମ୍ବର ଜାତୀୟ ରାଜପଥର ନୂଆହତା ନିକଟରେ ଏକ ହାଇୱା ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବତୀ ହେଲେ କେନ୍ଦୁଝରର ସୁମିତ୍ରା ମହନ୍ତ। ତାଙ୍କ ସହ ଥିବା ଇରା ଦୁଆରି ଓ ଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ଦୁହେଁ ସାମଲ କେୟାର ହସ୍ପିଟାଲରେ ଷ୍ଟାଫ୍ ନର୍ସ ଭାବେ କାମ କରୁଥିଲେ। ଡ୍ୟୁଟି ସାରି ନାଲକୋ ନଗରର ବିଶ୍ୱକର୍ମା ପୂଜା ଦେଖିବାକୁ ଯାଉଥିବା ବେଳେ OD-14-U-7207 ନମ୍ବର ହାଇୱାଟି ତାଙ୍କୁ ଧକ୍କା ଦେଇଥିଲା। ପୋଲିସ ହାଇୱାକୁ ଜବତ କରିବା ସହ ଚାଳକଙ୍କୁ କାବୁ କରିଛି। ଘଟଣାର ତଦନ୍ତ ଜାରି ରହିଛି।