ଆକ୍ସନ ମୋଡ୍ରେ ବୋଲଗଡ଼ ତହସିଲ ପ୍ରଶାସନ ରାଜସୁନାଖଳା ବଜାରରେ ୫ଟି ଦୋକାନ ଘର ଉଚ୍ଛେଦ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାSeptember 19, 202644 views

ଖୋର୍ଦ୍ଧା : ଜବରଦଖଲ ଉଚ୍ଛେଦକୁ ନେଇ ଆକ୍ସନ ମୋଡ୍ରେ ବୋଲଗଡ଼ ତହସିଲ ପ୍ରଶାସନ। ରାଜସୁନାଖଳା ବଜାର ଅଞ୍ଚଳରେ ଜବରଦଖଲ କରି ନିର୍ମାଣ କରାଯାଇଥିବା ୫ଟି ଦୋକାନ ଘରକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି।ବଜାରରେ ସରକାରୀ ଜମି ଓ ସାର୍ବଜନୀନ ରାସ୍ତାକୁ ଜବରଦଖଲ କରି ଦୋକାନ ଘର ନିର୍ମାଣ ହୋଇଥିବା ଅଭିଯୋଗ ପରେ ତହସିଲ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଉଚ୍ଛେଦ ସମୟରେ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିଥିଲା।ଜବରଦଖଲ ଉଚ୍ଛେଦ ଅଭିଯାନକୁ ନେଇ ଅଞ୍ଚଳରେ ପ୍ରଶାସନର କାର୍ଯ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଗାମୀ ଦିନରେ ମଧ୍ୟ ଜବରଦଖଲ ବିରୋଧରେ ଅଭିଯାନ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

