--:--:--
-- ---
Srishti News

ଲକ୍ଷ୍ମୀସାଗର ଉଚ୍ଚବିଦ୍ୟାଳୟରେ ହିନ୍ଦୁ ସୁରକ୍ଷା ବାହିନୀ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Bhubaneswar (ଭୁବନେଶ୍ୱର)ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧିSeptember 19, 202653 views
ଲକ୍ଷ୍ମୀସାଗର ଉଚ୍ଚବିଦ୍ୟାଳୟରେ ହିନ୍ଦୁ ସୁରକ୍ଷା ବାହିନୀ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
​ ​ଭୁବନେଶ୍ୱର: ହିନ୍ଦୁ ସୁରକ୍ଷା ବାହିନୀ, ଭୁବନେଶ୍ଵର ଶାଖା ପକ୍ଷରୁ ଲକ୍ଷ୍ମୀସାଗର ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ପରିବେଶ ସୁରକ୍ଷା ଓ ସବୁଜିମା ସୃଷ୍ଟି କରିବା ଲକ୍ଷ୍ୟରେ ଆୟୋଜିତ ଏହି ମହତ୍ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି। ​ଏହି ସାମାଜିକ କାର୍ଯ୍ୟକ୍ରମରେ ହିନ୍ଦୁ ସୁରକ୍ଷା ବାହିନୀର ପ୍ରମୁଖ କର୍ମକର୍ତ୍ତା ଓ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ। ଅନୁଷ୍ଠାନର ସଭାପତି ଶ୍ରୀ ପ୍ରଦୀପ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ଶରତ ଚନ୍ଦ୍ର ନାୟକ, ଉପ-ସଭାନେତ୍ରୀ ଶ୍ରୀମତୀ ଅଳକା ପ୍ରିୟଦର୍ଶିନୀ, ଭୁବନେଶ୍ୱର ଶାଖା ସଭାପତି ଶ୍ରୀ ଭାରତ ପାତ୍ର, କାର୍ଯ୍ୟକାରୀ ସଭାପତି ଶ୍ରୀ ବନମାଳୀ ରଥ, ଉପ-ସଭାପତି ଶ୍ରୀ ଘନଶ୍ୟାମ ବେହେରା ଓ ଶ୍ରୀ ସୁଦର୍ଶନ ମହାରଣା ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ​ଏହା ସହିତ ସମ୍ପାଦକ ଶ୍ରୀ ଅଶୋକ କୁମାର ସାହୁ, ଶ୍ରୀ ନାରାୟଣ ସାହୁ, ଉପଦେଷ୍ଟା ଶ୍ରୀ ହଳଧର ରାୟ, ଶ୍ରୀ ବିଜୟ କୁମାର ସ୍ୱାଇଁ, ଶ୍ରୀ ଅକ୍ଷୟ ଜେଠୀ, ଶ୍ରୀ ସୁବ୍ରତ ନାୟକ ଏବଂ ରାଜ୍ୟ କୋଷାଧ୍ୟକ୍ଷ ରୋହିତ କୁମାର ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ​ଲକ୍ଷ୍ମୀସାଗର ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଆମନ୍ତ୍ରିତ ଅତିଥିମାନେ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷରୋପଣର ଆବଶ୍ୟକତା ଓ ପରିବେଶ ସନ୍ତୁଳନ ଉପରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରିବା ପାଇଁ ଅନୁଷ୍ଠାନର ଏହି ପ୍ରୟାସକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଧନ୍ୟବାଦ ଅର୍ପଣ କରିଛନ୍ତି।