ଆସିକା ଚିନି କଳ ଏନ୍ଏମ୍ଆର୍ କର୍ମଚାରୀଙ୍କ ନିୟମିତୀକରଣ ଦାବି: ୬୦ ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଧାରଣା ସ୍ଥଗିତ
Ganjam (ଗଞ୍ଜାମ)ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧିSeptember 19, 202651 views

ଆସିକା ସମବାୟ ଚିନି ଶିଳ୍ପ ଲିମିଟେଡ୍ (Aska Cooperative Sugar Industries Ltd.)ର ଅସ୍ଥାୟୀ/କର୍ମଚାରୀ (NMR - Nominal-Muster Roll)ଙ୍କ ନିୟମିତୀକରଣ (Regularization) ସଂକ୍ରାନ୍ତୀୟ ଦାବିର ସମାଧାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସଭାପତିତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏହି ଆଲୋଚନା ସମ୍ପନ୍ନ ହୋଇଛି।
ଏହି ବୈଠକରେ ଆସିକା ସମବାୟ ଚିନି ଶିଳ୍ପର ସଭାପତି (Board of President) ରବୀନ୍ଦ୍ର ନାଥ ପଣ୍ଡା, ପ୍ରବନ୍ଧ ନିର୍ଦ୍ଦେଶକ (MD) ସୁଶାନ୍ତ କୁମାର ପଣ୍ଡା, ୪ ଜଣ ନିର୍ଦ୍ଦେଶକ ଏବଂ AITUC ରାଜ୍ୟ ସମ୍ପାଦକ ମହେଶ୍ୱର ରାଉତ, ଆସିକା ଚିନି କଳ AITUC କର୍ମଚାରୀ ସଂଘର ଉପସଭାପତି ପ୍ରଦୀପ କୁମାର ସେଠୀଙ୍କ ସମେତ ସଂଘର ଅନ୍ୟାନ୍ୟ ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।
ସରକାରଙ୍କ ସହ ଆଲୋଚନା ଓ 'ୱାନ୍-ଟାଇମ୍' ଯୋଜନା: NMR କର୍ମଚାରୀମାନେ ଦୀର୍ଘ ଦିନ ହେଲା କାର୍ଯ୍ୟ କରିଆସୁଥିବାରୁ, ସେମାନଙ୍କୁ ଗୋଟିଏ ଥରରେ (One-time basis) ସ୍ଥାୟୀ ନିଯୁକ୍ତି ଦେବା ପାଇଁ ସରକାରଙ୍କ ସହ ପରାମର୍ଶ କରି ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।
ଦାବିର ସମାଧାନ ପ୍ରକ୍ରିୟାକୁ ଆଗାମୀ ୬୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି , ଏବଂ
ସରକାରୀ ପ୍ରକ୍ରିୟା ପାଇଁ କିଛି ସମୟ ଆବଶ୍ୟକ ହେଉଥିବାରୁ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିବା ସହ ତୁରନ୍ତ ଚାଲିଥିବା ଧାରଣା ଓ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେବାକୁ ଏବଂ ଚିନି କଳ କର୍ତ୍ତୃପକ୍ଷଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଜିଲ୍ଲାପାଳ କର୍ମଚାରୀ ସଂଘକୁ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ରେ ଗଠିତ ତଦନ୍ତ କମିଟିର ରିପୋର୍ଟରେ ଥିବା କେତେକ ତ୍ରୁଟିକୁ ମଧ୍ୟ ଅନୁଧ୍ୟାନ କରାଯାଉଛି।
ଶେଷରେ ସମସ୍ତ ପ୍ରତିନିଧି , କର୍ମ କର୍ତ୍ତା ଙ୍କୁ ସହଯୋଗ ପାଇଁ AITUC ର ରାଜ୍ୟ ସଂପାଦକ ମହେଶ୍ୱର ରାଉତ ଧନ୍ୟବାଦ୍ ଜଣାଇଛନ୍ତି।
