ବନ୍ଧା ହେଲେ ପରିବହନ ବିଭାଗ ର ଅତିରିକ୍ତ ସଚିବ ଅରୁଣ ବିଶ୍ଵାଳ
Bhubaneswar (ଭୁବନେଶ୍ୱର)ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧିSeptember 19, 202622 views

ଭୁବନେଶ୍ୱର: ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳଙ୍କୁ ଗିରଫ କଲା ପୋଲିସ। ଜଣେ ସହକର୍ମୀ ଯୁବତୀଙ୍କ ଅଭିଯୋଗ ଆଧାରରେ ଖାରବେଳନଗର ଥାନା ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ମିଳିଥିବା ସୂଚନା ମୁତାବକ, ୫୫ ବର୍ଷୀୟ ଅତିରିକ୍ତ ସଚିବ ଶ୍ରୀ ବିଶ୍ୱାଳଙ୍କ ବିରୋଧରେ ଜଣେ ସହକର୍ମୀ ଯୁବତୀ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଭୁବନେଶ୍ୱର ଖାରବେଳନଗର ଥାନାରେ ପିଏସ୍ କେସ୍ ନମ୍ବର ୬୫୭/୨୬ (PS CASE NO 657/26) ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିଲା। ଆଜି ପୋଲିସ ତାଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳଙ୍କ ଘର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରେ ବୋଲି ଜଣାପଡ଼ିଛି। ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
