ପୂଜା ଭିଡ଼ରେ ଚେନ୍ ଛିଡ଼ାଇ ନେଉଥିବା ଗ୍ୟାଙ୍ଗ୍ର ୪ ଗିରଫ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳSeptember 18, 202660 views

ତାଳଚେର: ପୂଜା ସମୟରେ ଭିଡ଼ର ସୁଯୋଗ ନେଇ ଚେନ୍ ଛିଡ଼ାଇ ନେଉଥିବା ଅଭିଯୋଗରେ ତାଳଚେର ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୂଜା ମଣ୍ଡପ ଓ ଭିଡ଼ ଅଞ୍ଚଳରେ ଲୋକଙ୍କ ଅସାବଧାନତାର ସୁଯୋଗ ନେଇ ଏହି ଗ୍ୟାଙ୍ଗ୍ ଚେନ୍ ଛିଡ଼ାଇ ନେଉଥିବା ଜଣାପଡ଼ିଛି।
ଗିରଫ ହୋଇଥିବା ଅଭିଯୁକ୍ତମାନେ ଅନ୍ତଃ-ରାଜ୍ୟ ସ୍ତରରେ ଚୋରି ଓ ଛିନ୍ତାଇ ଘଟଣାରେ ଜଡ଼ିତ ଥିବା ନେଇ ପୋଲିସ ସନ୍ଦେହ କରୁଛି। ସେମାନଙ୍କର ପୂର୍ବରୁ ମଧ୍ୟ ଏଭଳି ଅପରାଧିକ ଘଟଣାରେ ସମ୍ପୃକ୍ତି ଥିବା ସୂଚନା ମିଳିଛି।
ତେବେ ଗିରଫ ଅଭିଯୁକ୍ତମାନଙ୍କର ଅନ୍ୟ କେଉଁ କେଉଁ ଚୋରି ଓ ଛିନ୍ତାଇ ମାମଲାରେ ସମ୍ପୃକ୍ତି ରହିଛି, ସେନେଇ ତାଳଚେର ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
