--:--:--
-- ---
Srishti News

ଶିହିଡିଆରେ ଗଣପତି ୟୁଥ୍ କ୍ଲବ୍ ପକ୍ଷରୁ ଭବ୍ୟ ଗଣେଶ ପୂଜା ଆୟୋଜିତ

Sundargarh (ସୁନ୍ଦରଗଡ଼)Soumyabrata Dala BeheraSeptember 18, 202626 views
ଶିହିଡିଆରେ ଗଣପତି ୟୁଥ୍ କ୍ଲବ୍ ପକ୍ଷରୁ ଭବ୍ୟ ଗଣେଶ ପୂଜା ଆୟୋଜିତ
ଶିହିଡିଆ: ଶିହିଡିଆ ଗ୍ରାମରେ ଗଣପତି ୟୁଥ୍ କ୍ଲବ୍, ଶିହିଡିଆ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତି ଓ ଉତ୍ସାହର ସହିତ ଶ୍ରୀ ଗଣେଶ ପୂଜା ଆୟୋଜିତ ହୋଇଛି। ଏହି ଅବସରରେ ଆକର୍ଷଣୀୟ ପୂଜା ମଣ୍ଡପ ସଜାଯାଇଥିବା ବେଳେ ଗ୍ରାମବାସୀ ଓ ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି। ପୂଜା କାର୍ଯ୍ୟକ୍ରମର ଆରମ୍ଭରେ କଳସ ଯାତ୍ରା ଓ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା। ପରେ ବିଧିବିଧାନ ଅନୁଯାୟୀ ଶ୍ରୀ ଗଣେଶଙ୍କ ପୂଜା, ଆରତୀ, ପୁଷ୍ପାଞ୍ଜଳି ଓ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହାସହ ନାମ ସଂକୀର୍ତ୍ତନ, ମେଲୋଡି ଡ୍ୟାନ୍ସ ପ୍ରୋଗ୍ରାମ୍ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି। ଗଣପତି ୟୁଥ୍ କ୍ଲବ୍ ପକ୍ଷରୁ ପ୍ରତିବର୍ଷ କେବଳ ଧାର୍ମିକ କାର୍ଯ୍ୟ ନୁହେଁ, ବରଂ ରକ୍ତଦାନ ଶିବିର, ବୃକ୍ଷରୋପଣ ଓ ବିଭିନ୍ନ ସେବାମୂଳକ କାର୍ଯ୍ୟ ମଧ୍ୟ କରାଯାଉଛି। ଯୁବପିଢ଼ିଙ୍କୁ ଏକତ୍ରିତ କରି ସମାଜସେବା ଓ ଭାଇଚାରାର ବାର୍ତ୍ତା ପ୍ରସାର କରିବା କ୍ଲବ୍‌ର ମୁଖ୍ୟ ଉଦ୍ଦେଶ୍ୟ ବୋଲି କ୍ଲବ୍ ସଦସ୍ୟମାନେ କହିଛନ୍ତି। ପୂଜା ଓ ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ଗ୍ରାମବାସୀ, ଯୁବକ ସଂଘର ସମସ୍ତ ସଦସ୍ୟ ଓ ଭକ୍ତମାନଙ୍କର ସହଯୋଗ ରହିଛି। ଶେଷରେ କ୍ଲବ୍ ପକ୍ଷରୁ ସମସ୍ତ ସହଯୋଗୀ, ଶୁଭେଚ୍ଛୁ ଓ ଭକ୍ତମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଯାଇଛି।