ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ରେ ଆଶ୍ରିବାଦ ର ଦୀପ ଦାନ
Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ -ଦିଲୀପ ପରିଡା. ରାଜକନିକାSeptember 18, 2026137 views

ରାଜକନିକା ବ୍ଲକ୍ ଅନ୍ତର୍ଗତ ସିକୋ ପଂଚାୟତ ରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଓ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଗୁରୁବାର ସନ୍ଧ୍ୟା 7ଟା ସମୟରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି।
ଜୟ ଶ୍ରୀ ରାମ ଉତ୍ପାଦନ ଗୋଷ୍ଟି ର ସମ୍ପାଦକ ବନଯୋସନା ଦାସ ଓ ସମ୍ପାଦିକା ବନାନି ପରିଡା ଙ୍କ ନେତୃତ୍ୱରେ ଆୟୋଜିତ ଏହି ଜନ୍ମଦିବସ କାର୍ଯ୍ୟକ୍ରମରେ ଗୋଷ୍ଠୀ ର କର୍ମୀ ଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା।
ଏହି ଅବସରରେ ଉପସ୍ଥିତ କର୍ମୀମାନେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିବା ସହ ଦେଶର ବିକାଶ, ଜନକଲ୍ୟାଣ ଓ ସୁଶାସନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ମୋଦୀଙ୍କ ନେତୃତ୍ୱରେ ଦେଶର ବିକାଶଧାରାକୁ ଆହୁରି ଆଗକୁ ନେବା ପାଇଁ ପ୍ରାଥନା କରିଥିଲେ
କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ଦେଶର ସମୃଦ୍ଧି କାମନା କରିଥିଲେ।
