ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାSeptember 17, 202684 views

ଖୋର୍ଦ୍ଧା: ଆଜି ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ, ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା ସହ ପର୍ଯ୍ୟଟନ ଭିତ୍ତିଭୂମିର ଉନ୍ନତି ଦିଗରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଇଛି।
ନୂତନ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ମାଧ୍ୟମରେ ଜିଲ୍ଲାର ଐତିହ୍ୟ, ପରମ୍ପରା ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଅଧିକ ସୁବ୍ୟବସ୍ଥିତ ଭାବେ ପ୍ରଚାର-ପ୍ରସାର କରିବା ସହିତ ଦେଶ ଓ ବିଶ୍ୱ ଦରବାରରେ ପରିଚିତ କରାଇବାରେ ସହାୟତା ମିଳିବ।
ଏହା ସହିତ ଜିଲ୍ଲାର ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ, ପର୍ଯ୍ୟଟକଙ୍କ ସୁବିଧା ବୃଦ୍ଧି ଏବଂ ସ୍ଥାନୀୟ ପର୍ଯ୍ୟଟନର ଉନ୍ନତିକୁ ଆହୁରି ଗତିଶୀଳ କରିବାରେ ଏହି କାର୍ଯ୍ୟାଳୟ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିବ ବୋଲି ଆଶା ପ୍ରକାଶ ପାଇଛି।
