--:--:--
-- ---
Srishti News

ଇଚ୍ଛାଶକ୍ତି ଆଗରେ ହାର ମାନିଲା ଅକ୍ଷମତା: ଦୁଇ ହାତ ଓ ଗୋଟିଏ ଗୋଡ଼ ନଥାଇ ବି ପାଦରେ ଲେଖି ଶିକ୍ଷକ ସାଜିଲେ ନାଇଡୁ

Ganjam (ଗଞ୍ଜାମ)ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧିSeptember 16, 202626 views
ଇଚ୍ଛାଶକ୍ତି ଆଗରେ ହାର ମାନିଲା ଅକ୍ଷମତା: ଦୁଇ ହାତ ଓ ଗୋଟିଏ ଗୋଡ଼ ନଥାଇ ବି ପାଦରେ ଲେଖି ଶିକ୍ଷକ ସାଜିଲେ ନାଇଡୁ
ଜନ୍ମରୁ ଶାରୀରିକ ଅକ୍ଷମତା ମଣିଷକୁ ଦୁର୍ବଳ କରିଦିଏ ବୋଲି ସାଧାରଣରେ ଭାବିଥାନ୍ତି। କିନ୍ତୁ ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ବଳରେ ସେହି ଅକ୍ଷମତାକୁ ମଧ୍ୟ ସଫଳତାର ସିଡ଼ି କରାଯାଇପାରେ, ଏହା ପ୍ରମାଣ କରି ଦେଖାଇଛନ୍ତି ଶିକ୍ଷକ ସିଂହାଚଲମ ନାଇଡୁ ଜନ୍ମରୁ ଦୁଇଟି ଯାକ ହାତ ଏବଂ ଏକ ଗୋଡ଼ରେ ଗୁରୁତର ଅକ୍ଷମତା ଥାଇ ମଧ୍ୟ ସେ ନିଜ ଜୀବନର ଲକ୍ଷ୍ୟପଥରୁ ଓହରି ଯାଇନାହାନ୍ତି, ଆଜି ସେ ନିଜ ପାଦ ସାହାଯ୍ୟରେ କଳାପଟାରେ ଲେଖି ଶହ ଶହ ପିଲାଙ୍କ ଭବିଷ୍ୟତ ଗଢ଼ୁଛନ୍ତି , ସୂଚନା ଅନୁଯାୟୀ, ମାତ୍ର ୩ ବର୍ଷ ବୟସରୁ ନାଇଡୁ ନିଜ ପାଦ ଆଙ୍ଗୁଠି ସାହାଯ୍ୟରେ ଖଡ଼ି ଧରି ଗାର ଟାଣିବା ଶିଖିଥିଲେ ବିଦ୍ୟାଳୟରେ ଅନ୍ୟ ପିଲାମାନେ ବେଞ୍ଚ୍‌ରେ ବସି ଲେଖୁଥିବା ବେଳେ ସେ ତଳେ ବସି ପାଦରେ ଲେଖି ପାଠ ପଢ଼ୁଥିଲେ ପାଦକୁ ହିଁ ନିଜର ହାତ ଭାବେ ଗ୍ରହଣ କରି ସେ ଶିକ୍ଷା ଗ୍ରହଣ ଜାରି ରଖିଥିଲେ। ଅନେକ ଲୋକ ତାଙ୍କୁ ଦିବ୍ୟାଙ୍ଗ କୋଟାରେ ସହଜରେ ଚାକିରି ମିଳିଯିବ ବୋଲି କହିଥିଲେ ମଧ୍ୟ, ସେ ନିଜ ଯୋଗ୍ୟତା ବଳରେ ସାଧାରଣ ବର୍ଗ (Open Category)ରେ ଚାକିରି ପାଇବାକୁ ଲକ୍ଷ୍ୟ ରଖିଥିଲେ ଦୀର୍ଘ ୬ ବର୍ଷର କଠିନ ପ୍ରସ୍ତୁତି ପରେ ସେ ଡିଏସସି (DSC) ପରୀକ୍ଷାରେ ଜିଲ୍ଲା ସ୍ତରରେ ତୃତୀୟ ସ୍ଥାନ ହାସଲ କରି ସରକାରୀ ସ୍କୁଲରେ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। ପ୍ରଥମେ ପ୍ରଥମେ ସ୍କୁଲର ଅନ୍ୟ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ସେ କେମିତି ପଢ଼ାଇବେ ବୋଲି ଆଶ୍ଚର୍ଯ୍ୟ ହୋଇଥିଲେ。 କିନ୍ତୁ ଆଜି ସେ ଟେବୁଲ୍ ଉପରେ ବସି ନିଜ ପାଦ ଆଙ୍ଗୁଠିରେ ଚକ୍ ଏବଂ ପେନ୍ ଧରି ଅତି ସୁନ୍ଦର ଭାବେ ବ୍ଲାକବୋର୍ଡରେ ଲେଖି ପିଲାମାନଙ୍କୁ ପଢ଼ାଉଛନ୍ତି ପ୍ରତିଦିନ ତାଙ୍କ ବାପା ତାଙ୍କୁ ସ୍କୁଲରେ ଛାଡ଼ିବା ଓ ଆଣିବା କାର୍ଯ୍ୟ କରନ୍ତି, ନାଇଡୁଙ୍କ ଏହି ସଂଘର୍ଷମୟ କାହାଣୀ କେବଳ ସେହି ବିଦ୍ୟାଳୟ ନୁହେଁ, ବରଂ ସମଗ୍ର ସମାଜ ପାଇଁ ଏକ ବଡ଼ ପ୍ରେରଣା ସାଜିଛି। ସେ ଏବେ ସରକାରୀ ଶିକ୍ଷକତା କରିବା ସହ ୟୁପିଏସସି (UPSC) ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି ।