--:--:--
-- ---
Srishti News

ମା’ ବାଳାକୁମାରୀଙ୍କ ନବଦିନାତ୍ମକ ଯାତ୍ରା ଅକ୍ଟୋବର ୧୧ ରୁ ଆରମ୍ଭ ହେବ

Ganjam (ଗଞ୍ଜାମ)ଦୁର୍ଗା ମାଧବ ମହାରଣାSeptember 16, 202631 views
ମା’ ବାଳାକୁମାରୀଙ୍କ ନବଦିନାତ୍ମକ  ଯାତ୍ରା ଅକ୍ଟୋବର ୧୧ ରୁ ଆରମ୍ଭ ହେବ
ଚିକିଟି: ୧୫/୯ :ଓଡ଼ିଶାର ପ୍ରମୁଖ ଶକ୍ତିପୀଠଗୁଡ଼ିକ ମଧ୍ୟରେ ଚିକିଟି ନିକଟସ୍ଥ ରାମଗୁଡା ଗାଁ ବାଳାକୁମାରୀ ପାହାଡ଼ ଉପରେ ଅବସ୍ଥିତ ମା’ ବାଳାକୁମାରୀଙ୍କ ପୀଠର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି। ପ୍ରତିବର୍ଷ ଏଠାକୁ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି। ବିଶେଷକରି ମା’ଙ୍କ ବାସନ୍ତିକ ଯାତ୍ରା ଓ ଦଶହରା ପୂର୍ବରୁ ଅନୁଷ୍ଠିତ ନବଦିନାତ୍ମକ ପୂଜା ଏହି ପୀଠର ଆଧ୍ୟାତ୍ମିକ ମହତ୍ତ୍ୱକୁ ଆହୁରି ବଢ଼ାଇଥାଏ। ଆଗାମୀ ନବଦିନାତ୍ମକ ପୂଜା ଓ ଯାତ୍ରା ପାଇଁ ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ପ୍ରସ୍ତୁତି ବୈଠକ ଓ ଶୁଭଖୁଣ୍ଟି ସ୍ଥାପନ ହୋଇସାରିଛି।ଏଥି ଉପଲକ୍ଷେ ଆୟୋଜିତ ପୂଜାର୍ଚ୍ଚନାରେ ମନ୍ଦିର କମିଟି ସଭାପତି ସୁରେନ୍ଦ୍ର ମଣ୍ଡଳ, ସମ୍ପାଦକ ଅଭି ରାଉଳ, କୋଷାଧ୍ୟକ୍ଷ ସୁଧୀର ସାବତ,ସହ ସମ୍ପାଦକ ମହେନ୍ଦ୍ର ପାତ୍ର, ସୁଶାନ୍ତ ପଣ୍ଡା,ମୁନାପଣ୍ଡା , ଡମ୍ବରୁ ପଣ୍ଡା ଓ ଅନ୍ୟାନ୍ୟ କର୍ମକର୍ତ୍ତାଗଣ ଯୋଗ ଦେଇ ଶୁଭଖୁଣ୍ଟି ପୋତି ଥିଲେ। ଯାତ୍ରା ଅକ୍ଟୋବର ୧୦ ରୁ ଅଧିବାସ ଆରମ୍ଭ ହୋଇ ଯାତ୍ରା ତାରିଖରୁ ଆରମ୍ଭ ହୋଇ ୧୮ ତାରିଖ ଯାଏଁ ଚାଲିବ।ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ପ୍ରକାଶ ପାଇଛି। ସମୟକ୍ରମେ ମନ୍ଦିର ପରିସରର ବିକାଶ କରାଯାଇ ଏଠାରେ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ସୃଷ୍ଟି କରାଯାଇଛି। ପୂର୍ବରୁ ଏଠାରେ ମୁଖ୍ୟତଃ ମା’ ବାଳାକୁମାରୀଙ୍କ ମନ୍ଦିର ଥିବାବେଳେ ବର୍ତ୍ତମାନ ପରିସରରେ ବିରାଟକାୟ ଶିବଲିଙ୍ଗ, , ଗଣେଶ ମନ୍ଦିର, କାଳୀ ମନ୍ଦିର, ଶିବ ମନ୍ଦିର, ସୁନ୍ଦର ପାର୍କ , ଯାନବାହାନ ରଖିବା ପାର୍କ, ମହିଳଗୃପର କେଫ୍,ଶୈ।ଚାନ୍ଦ,ପାନୀୟ ଜଳ,ରୋଷେଇ ପାଇଁ ପ୍ରଭୃତ ଯାଗା,ଅନ୍ନ ଭୋଜନ ଆଦି ବିଭିନ୍ନ ବ୍ୟବସ୍ଥା କରାଯାଇଛି। ପାହାଡ଼ ଉପରକୁ ଯାତାୟାତ ପାଇଁ ମଧ୍ୟ ସୁବିଧା ରହିଛି। ବସ୍‌, କାର୍‌, ଓ ଦୁଇଚକିଆ ଯାନରେ ମଧ୍ୟ ଭକ୍ତମାନେ ପାହାଡ଼ ଉପରକୁ ଯାଇ ମା’ଙ୍କ ଦର୍ଶନ କରିପାରୁଛନ୍ତି। କିନ୍ତୁ ଟେମ୍ପୋ ଯିବାକୁ ବାରଣ କରାଯାଇଛି। ଶୁଭଖୁଣ୍ଟି ମା’ ବାଳାକୁମାରୀଙ୍କ ପୀଠ ଧାର୍ମିକ ଓ ପର୍ଯ୍ୟଟନ ଦୃଷ୍ଟିରୁ ଏକ ଆକର୍ଷଣୀୟ ସ୍ଥାନ ଭାବେ ପରିଚିତ ହୋଇଥିବାରୁ ଏହାକୁ ଓଡ଼ିଶା ପର୍ଯ୍ୟଟନର ମାନଚିତ୍ରରେ ଆହୁରି ପ୍ରମୁଖ ସ୍ଥାନ ଦେବା ପାଇଁ ଦାବି ମଧ୍ୟ ରହିଛି। ବର୍ଷସାରା ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ଭକ୍ତ ଆସୁଥିବା ବେଳେ ନବଦିନାତ୍ମକ ଯାତ୍ରା ସମୟରେ ଏଠାରେ ଭକ୍ତଙ୍କ ସମାଗମ ଆହୁରି ବୃଦ୍ଧି ପାଇଥାଏ।