--:--:--
-- ---
Srishti News

ପବିତ୍ର ଆବିର୍ଭାବ ତିଥିରେ ଆଧ୍ୟାତ୍ମିକ ଭାବଧାରାରେ ଧାମନଗର

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁSeptember 13, 202671 views
ପବିତ୍ର ଆବିର୍ଭାବ ତିଥିରେ ଆଧ୍ୟାତ୍ମିକ ଭାବଧାରାରେ ଧାମନଗର
ଆଜି ଭଦ୍ରକ ଜିଲ୍ଲା ଧାମନଗର ପ୍ରଖଣ୍ଡ ଅନ୍ତର୍ଗତ କଣ୍ଟାପାରି ଗୌଡ଼ୀୟ ମଠ ପରିସରରେ ଅତ୍ୟନ୍ତ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବ୍ରହ୍ମଲୀନ ଭକ୍ତି ବିକାଶ ମହାଯୋଗୀ ମହାରାଜଙ୍କ ପବିତ୍ର ଆବିର୍ଭାବ ତିଥି ପାଳନ କାର୍ଯ୍ୟକ୍ରମରେ ସାମିଲ ହେବାର ସୌଭାଗ୍ୟ ର କଥା । ଏହି ପବିତ୍ର ଅବସରରେ ମଠ ପରିସରରେ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକତାର ଏକ ଅପୂର୍ବ ପରିବେଶ ସୃଷ୍ଟି ହୋଇଥିଲା। ମହାରାଜଙ୍କ ପବିତ୍ର ସ୍ମୃତି ଓ ଆଧ୍ୟାତ୍ମିକ ଆଦର୍ଶକୁ ସ୍ମରଣ କରିବା ସହ ତାଙ୍କ ଦିବ୍ୟ ଜୀବନ, ଭକ୍ତି ଓ ମାନବ ସମାଜ ପାଇଁ ରହିଯାଇଥିବା ମହତ୍ତର ବାର୍ତ୍ତାକୁ ମନେ ପକାଇବାର ସୁଯୋଗ ମିଳିଲା। ପବିତ୍ର ମଠ ପରିସରରେ ସାଧୁସନ୍ଥ, ଭକ୍ତବୃନ୍ଦ ଓ ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତି ଏହି ଆଧ୍ୟାତ୍ମିକ ଆୟୋଜନକୁ ଆହୁରି ଗରିମାମୟ କରିଥିଲା। ଭକ୍ତିମୟ ପରିବେଶ ମଧ୍ୟରେ କିଛି ସମୟ ବିତାଇବା ନିଶ୍ଚିତ ଭାବରେ ଆମ ଜୀବନର ଏକ ସ୍ମରଣୀୟ ଅନୁଭୂତି ହୋଇ ରହିବ। ଏଭଳି ଏକ ପବିତ୍ର ତିଥିରେ ସାମିଲ ହୋଇ ମହାଯୋଗୀ ମହାରାଜଙ୍କ ଆଶୀର୍ବାଦ ଓ ଆଧ୍ୟାତ୍ମିକ ସାନିଧ୍ୟ ଅନୁଭବ କରିବାର ସୁଯୋଗ ପାଇ ନିଜକୁ ସତରେ ଧନ୍ୟ ମଣିଲୁ। ବ୍ରହ୍ମଲୀନ ମହାଯୋଗୀ ମହାରାଜଙ୍କ ପବିତ୍ର ଚରଣରେ କୋଟି କୋଟି ପ୍ରଣାମ।