--:--:--
-- ---
Srishti News

ଟାଙ୍ଗୀ ମଣ୍ଡଳରେ ସେବା ସଂକଳ୍ପ ଅଭିଯାନ କର୍ମଶାଳା

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାSeptember 12, 202615 views
ଟାଙ୍ଗୀ ମଣ୍ଡଳରେ ସେବା ସଂକଳ୍ପ ଅଭିଯାନ କର୍ମଶାଳା
ଖୋର୍ଦ୍ଧା: ଭାରତୀୟ ଜନତା ପାର୍ଟି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗୀ ମଣ୍ଡଳର ସୁନ୍ଦରପୁର ବାତ୍ୟା ଆଶ୍ରୟସ୍ଥଳୀ ଠାରେ ମଣ୍ଡଳ ସେବା ସଂକଳ୍ପ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ଶିବ ପ୍ରସାଦ ପରିଡ଼ା, ମଣ୍ଡଳ ସହପ୍ରଭାରୀ କିଶୋର ବରାଳ ଏବଂ ଜିଲ୍ଲା ସେବା ସଂକଳ୍ପ ଅଭିଯାନ ଟୋଲି ସଦସ୍ୟା କସ୍ତୁରୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ କର୍ମଶାଳା ସମାପନ ହୋଇଥିଲା।ଏଥିରେ ଟାଙ୍ଗୀର ପୂର୍ବତନ ସରପଞ୍ଚ କିଶୋର ଚନ୍ଦ୍ର ବେହେରା, ବୟୋଜ୍ୟେଷ୍ଠ ନେତା ନାକା ରାଉତରାୟ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତାରା ପ୍ରସାଦ ପଟ୍ଟନାୟକଙ୍କ ସମେତ ମଣ୍ଡଳର ସମସ୍ତ ପଦାଧିକାରୀ ଓ ଶକ୍ତିକେନ୍ଦ୍ର ପ୍ରମୁଖମାନେ ଯୋଗଦେଇଥିଲେ।କର୍ମଶାଳାରେ ସେବା ସଂକଳ୍ପ ଅଭିଯାନର ବିଭିନ୍ନ କାର୍ଯ୍ୟକ୍ରମ ସହିତ ଆସନ୍ତା ୨୦ ସେପ୍ଟେମ୍ବର ୨୦୨୬ରେ ଶକ୍ତିକେନ୍ଦ୍ର ବୈଠକ ଏବଂ ୨୭ ସେପ୍ଟେମ୍ବର ୨୦୨୬ରେ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ପ୍ରତ୍ୟେକ ବୁଥ୍‌ରେ ଆୟୋଜନ କରିବା ନେଇ ନିଷ୍ପତ୍ତି ହୋଇଥିଲା।