--:--:--
-- ---
Srishti News

ଭଦ୍ରକରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ, ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁSeptember 11, 2026100 views
ଭଦ୍ରକରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ, ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ
ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥର ବିଷ୍ଣୁପୁର ଛକ ନିକଟରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ କେନ୍ଦୁଆପଦା ଗଣ୍ଡଗରା ଗ୍ରାମର ଅଶୋକ ସେଠୀ (୪୫) ବୋଲି ସୂଚନା ମିଳିଛି। ସେ ଘରୁ ବାହାରି ବାଇକ୍‌ରେ ଭଦ୍ରକ ଯାଉଥିବା ବେଳେ ବିଷ୍ଣୁପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସମ୍ପୃକ୍ତ ଟ୍ରକ୍‌କୁ ଅଟକାଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ତାଙ୍କ ଝିଅର ପାଠପଢ଼ା ପାଇଁ ସହାୟତା ଦାବି କରି ପରିବାର ଓ ସ୍ଥାନୀୟ ଲୋକେ ରାଜପଥ ଅବରୋଧ କରିଛନ୍ତି। ଫଳରେ ୧୬ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ଯାତ୍ରୀମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖବର ପାଇ ଘଟଣାସ୍ଥଳରେ ଭଦ୍ରକ ଅତିରିକ୍ତ ଏସ୍‌ପି, ତହସିଲଦାର, ଧାମନଗର ଏସ୍‌ଡିପିଓ ଏବଂ ପୋଲିସ ଟିମ୍ ପହଞ୍ଚିଛନ୍ତି। ପରିସ୍ଥିତି ଉପରେ ପୋଲିସ ନଜର ରଖିଥିବା ବେଳେ ରାଜପଥ ଅବରୋଧ ହଟାଇବା ପାଇଁ ଆଲୋଚନା ଜାରି ରହିଛି।