ଉତ୍କର୍ଷର ସଫଳତା: ୧୦ ଓପିଏସସି ପ୍ରାର୍ଥୀଙ୍କୁ ଜିନ୍ଦଲ ଫାଉଣ୍ଡେସନର ସମ୍ବର୍ଦ୍ଧନା
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଜିନ୍ଦଲ,ଅନୁଗୋଳSeptember 10, 202680 views

ଅନୁଗୋଳ: ଜିନ୍ଦଲ ଫାଉଣ୍ଡେସନର ‘ଉତ୍କର୍ଷ’ କୋଚିଂ କାର୍ଯ୍ୟକ୍ରମ ଜରିଆରେ ପ୍ରସ୍ତୁତି କରି ଓପିଏସସି ପରୀକ୍ଷାରେ ସଫଳତା ହାସଲ କରିଥିବା ୧୦ ଜଣ ପ୍ରାର୍ଥୀଙ୍କୁ ଜିନ୍ଦଲ ଷ୍ଟିଲ, ଅନୁଗୋଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।
ଜିନ୍ଦଲ ଷ୍ଟିଲ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟ ପରିଚାଳନା ଅଧିକାରୀ ରାଜୀବ କୁମାର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପି.କେ. ବିଜୁ ନାୟାର ଏବଂ ଜିନ୍ଦଲ ଫାଉଣ୍ଡେସନର ସିଏସଆର ଗୋଷ୍ଠୀ ମୁଖ୍ୟ ରିଷି ପଠାନିଆ ପ୍ରମୁଖ ଉପସ୍ଥିତ ଥିଲେ।
ସଫଳ ପ୍ରାର୍ଥୀଙ୍କ ମଧ୍ୟରେ ସଂଗ୍ରାମ ପ୍ରଧାନ ୫ମ ସ୍ଥାନ, ସୁମନ ଗୁପ୍ତା ୧୫ତମ, ସୋମନାଥ ପତି ୧୭ତମ, ସୌରଭ ମହାପାତ୍ର ୩୦ତମ, ଶୁଭଲକ୍ଷ୍ମୀ ପାତ୍ର ୩୪ତମ, ଶତରୂପା ମିତ୍ର ୪୯ତମ, ଅକ୍ଷତା ସାହୁ ୭୧ତମ, ରବୀନ୍ଦ୍ର ରାଉତ ୧୦୭ତମ, ସୁଭାସ୍ମିତା ଜେନା ୧୧୧ତମ ଏବଂ ସଞ୍ଜୟ ପୁର୍ତ୍ତି ୧୪୧ତମ ସ୍ଥାନ ହାସଲ କରିଛନ୍ତି।
ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଆର୍ଥିକ ଭାବେ ଅନଗ୍ରସର ପରିବାରର ସିଭିଲ ସର୍ଭିସ ଆଶାୟୀଙ୍କୁ ମାଗଣା କୋଚିଂ ଓ ଶୈକ୍ଷିକ ମାର୍ଗଦର୍ଶନ ଦିଆଯାଉଛି। ଗତ ୫ ବର୍ଷରେ ‘ଉତ୍କର୍ଷ’ ଜରିଆରେ ୬୮ ଜଣ ପ୍ରାର୍ଥୀ ଓପିଏସସିରେ ସଫଳ ହୋଇଥିବା ବେଳେ ୧୨୦ରୁ ଅଧିକ ପ୍ରାର୍ଥୀ ବିଭିନ୍ନ ସରକାରୀ ପରୀକ୍ଷାରେ ସଫଳତା ପାଇଛନ୍ତି।
ସମାରୋହ ଶେଷରେ ସଫଳ ପ୍ରାର୍ଥୀମାନେ ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ କରିଥିଲେ।
