--:--:--
-- ---
Srishti News

୯ ବର୍ଷର କୁନି ଝିଅ ପାଇଁ ରକ୍ତଦାନ କଲେ ଲୁଲୁ ସେନା ସଭାପତି

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଅନୁଗୋଳSeptember 10, 2026114 views
୯ ବର୍ଷର କୁନି ଝିଅ ପାଇଁ ରକ୍ତଦାନ କଲେ ଲୁଲୁ ସେନା ସଭାପତି
ଅନୁଗୋଳ: ଜରୁରୀ ସମୟରେ ରକ୍ତଦାନ କରି ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି ଲୁଲୁ ସେନା ଖିଣ୍ଡା ପଞ୍ଚାୟତ ସଭାପତି ସବ୍ୟସାଚୀ ସାହୁ। ଲୁଲୁ ସେନା ଗ୍ରୁପରେ ଅନୁଗୋଳ ସରକାରୀ ହସ୍ପିଟାଲରେ ଜଣେ ୯ ବର୍ଷର କୁନି ଝିଅ ପାଇଁ O+ ରକ୍ତର ଜରୁରୀ ଆବଶ୍ୟକତା ଥିବା ନେଇ ସୂଚନା ଆସିଥିଲା। ସୂଚନା ପାଇବା ମାତ୍ରେ ସବ୍ୟସାଚୀ ସାହୁ ବିଳମ୍ବ ନକରି ତୁରନ୍ତ ଅନୁଗୋଳ ସରକାରୀ ହସ୍ପିଟାଲରେ ପହଞ୍ଚି ରକ୍ତଦାନ କରିଥିଲେ। ତାଙ୍କ ରକ୍ତ ବଇଣ୍ଡା ଅଞ୍ଚଳର ସାଇନା ବେହେରାଙ୍କ ୯ ବର୍ଷର ଝିଅଙ୍କ ପାଇଁ ବ୍ୟବହାର କରାଯାଇଛି। ଜରୁରୀ ସମୟରେ ନିଜେ ଆଗେଇ ଆସି ରକ୍ତଦାନ କରିଥିବା ସବ୍ୟସାଚୀଙ୍କ ଏହି ପଦକ୍ଷେପକୁ ଲୁଲୁ ସେନା ପରିବାର ପକ୍ଷରୁ ପ୍ରଶଂସା କରାଯାଇଛି। ମାନବ ସେବା ଓ ରକ୍ତଦାନ ଭଳି କାର୍ଯ୍ୟ ମାଧ୍ୟମରେ ଲୁଲୁ ସେନା ସମାଜ ପାଇଁ ନିଜର ସେବା ଜାରି ରଖିଛି।