--:--:--
-- ---
Srishti News

ଧରାକୋଟ ଅଞ୍ଚଳରେ ଆଞ୍ଚଳିକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ: ୧୨୦ ଜଣ ବ୍ଲକ ସ୍ତରକୁ ମନୋନୀତ

Ganjam (ଗଞ୍ଜାମ)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଭଂଜନଗରSeptember 9, 202628 views
ଧରାକୋଟ ଅଞ୍ଚଳରେ ଆଞ୍ଚଳିକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ: ୧୨୦ ଜଣ ବ୍ଲକ ସ୍ତରକୁ ମନୋନୀତ
ଧରାକୋଟ: ଧରାକୋଟ ବ୍ଲକ ଅନ୍ତର୍ଗତ ଡାକିବଜା ସ୍ଥିତ ଘୋଡ଼ାଦେଇ ଉଚ୍ଚ ବିଦ୍ୟାଳୟ ପରିସରରେ ଆଞ୍ଚଳିକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୀମାଞ୍ଚଳ ଗୌଡ଼ଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏବିଇଓ ବିଭୂତି ଭୂଷଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ସମ୍ମାନିତ ଅତିଥି ଭାବେ ବ୍ଲକ କ୍ରୀଡ଼ା ସମ୍ପାଦକ ବିଶ୍ୱ ଜୀବନ ସାହୁ, କ୍ରୀଡ଼ାବିତ ପାଣ୍ଡବ ସ୍ୱାଇଁ, ସାମ୍ବାଦିକ ହୃଦାନନ୍ଦ ଜେନା, ପ୍ରଧାନ ଶିକ୍ଷକ ବିରୂପାକ୍ଷ ପରିଡ଼ା, ଅମୂଲ୍ୟ ଚନ୍ଦ୍ର ମିଶ୍ର ଏବଂ ଦିବାକର ସେଠୀ ପ୍ରମୁଖ ଉପସ୍ଥିତ ରହି ସୁସ୍ଥ ଶରୀର ଗଠନ ପାଇଁ କ୍ରୀଡ଼ାର ଆବଶ୍ୟକତା ଓ ଗୁରୁତ୍ୱ ଉପରେ ନିଜ ନିଜର ମତବ୍ୟକ୍ତ କରିଥିଲେ। ଏହି ପ୍ରତିଯୋଗିତାରେ ରୁଗୁମୁ ଓ ବରଡ଼ାବିଲି କ୍ଲଷ୍ଟରର ସମସ୍ତ ବିଦ୍ୟାଳୟ ସମେତ ଘୋଡ଼ାଦେଇ ଉଚ୍ଚ ବିଦ୍ୟାଳୟ, ଯାହାଡ଼ା ଉଚ୍ଚ ବିଦ୍ୟାଳୟ, ହରିପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ବରଡ଼ାବିଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୪ ରୁ ୧ ୭ ବର୍ଷ ବୟସ ସୀମା ମଧ୍ୟରେ ଥିବା ପ୍ରାୟ ୩୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କ୍ରୀଡ଼ା ଶିକ୍ଷକ ସଞ୍ଜୟ ଏକ୍କା, ସୁଶାନ୍ତ ପ୍ରଧାନ, ଭାଗିରଥୀ ବେହେରା, ରାମଚନ୍ଦ୍ର ବିଷୋୟୀ, ସତ୍ୟନାରାୟଣ ନାୟକ, ମଞ୍ଜୁଲୁ ଜେନା, ହର୍ଷ ବିଷୋୟୀ ଓ ସୁଶ୍ରୀ ମଧୁସ୍ମିତା ପ୍ରଧାନ ପ୍ରମୁଖ ଆଥଲେଟ୍‌ଙ୍କ ସମେତ କବାଡି, ଖୋଖୋ, ଭଲିବଲ୍, ଫୁଟବଲ୍ ଓ କ୍ରିକେଟ୍ ଆଦି ଖେଳ ପରିଚାଳନା କରିଥିଲେ। ଆଜିର ଏହି ଆଞ୍ଚଳିକ ସ୍ତରୀୟ ପ୍ରତିଯୋଗିତାରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୧୨୦ ଜଣ କୃତୀ ପ୍ରତିଯୋଗୀଙ୍କୁ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଛି।