--:--:--
-- ---
Srishti News

୧୬ତମ RPDAC ବୈଠକ ଅନୁଷ୍ଠିତ, ବିକାଶ ଓ ଖଣି ସମ୍ପର୍କିତ ପ୍ରସଙ୍ଗ ଉପରେ ଗୁରୁତ୍ୱ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଅନୁଗୋଳSeptember 9, 2026126 views
୧୬ତମ RPDAC ବୈଠକ ଅନୁଷ୍ଠିତ, ବିକାଶ ଓ ଖଣି ସମ୍ପର୍କିତ ପ୍ରସଙ୍ଗ ଉପରେ ଗୁରୁତ୍ୱ
ଅନୁଗୋଳ: ଅନୁଗୋଳ ଜିଲ୍ଲା କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ୧୬ତମ RPDAC ବୈଠକ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଶ୍ରୀ ଆଶିଷ କୁମାର ସିଂହ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାହୁଳ ଜୈନଙ୍କ ସମେତ MCL କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ଖଣି ଓ ଶିଳ୍ପାଞ୍ଚଳ ସହ ଜଡିତ ବିଭିନ୍ନ ପ୍ରସଙ୍ଗ, ସ୍ଥାନୀୟ ଅଞ୍ଚଳର ବିକାଶ, ଜନସାଧାରଣଙ୍କ ସ୍ୱାର୍ଥ ଏବଂ ପ୍ରଶାସନିକ ସମନ୍ୱୟ ସମ୍ପର୍କିତ ବିଷୟ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଜିଲ୍ଲାପାଳ ବୈଠକରେ ଉପସ୍ଥିତ ସମସ୍ତ ଅତିଥି ଓ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି ବୈଠକର ପରିଚାଳନା କରିଥିଲେ। ବୈଠକରେ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ଓ ଖଣି ପ୍ରଭାବିତ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଗୁରୁତ୍ୱପୂର୍ଣ୍ଣ ମତବିନିମୟ ହୋଇଥିଲା।