--:--:--
-- ---
Srishti News

ବହୁଦିନର ମନ୍ଦିର ସମସ୍ୟା ଦେବୋତ୍ତର କମିଶନର ସମାଧାନ କଲେ

Ganjam (ଗଞ୍ଜାମ)ଦୁର୍ଗା ମାଧବ ମହାରଣାSeptember 9, 2026100 views
ବହୁଦିନର ମନ୍ଦିର ସମସ୍ୟା ଦେବୋତ୍ତର କମିଶନର ସମାଧାନ କଲେ
ଚିକିଟି ତା ୯/୯: ଚିକିଟି ପେଣ୍ଠ ଚଉଁରା ସାହି , (ବଡ଼ ସାହି) ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ରଘୁନାଥ ମହାପ୍ରଭୁଙ୍କ ସମସ୍ତ ସମ୍ପତ୍ତିର ପରିଚାଳନା ଗତ ବିବାଦ ବହୁ ବର୍ଷ ଧରି ଚାଲିଥିଲା ଏବଂ କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଥିଲେ ସାହି ବାସିନ୍ଦା। ଆଦେଶ ମୁତାବକ ଆଜି ବିଭାଗୀୟ ଅଧିକାରୀ ମାନେ ଆସିଥିଲେ । ପୁନଃ ଯାଞ୍ଚ କରାଯିବ ସହ ଏଣ୍ଡୋମେଣ୍ଟ କମିଶନର ଙ୍କ ତତ୍ତ୍ଵବଧାନରେ ବିଧିବଦ୍ଧ ଭାବରେ ସମସ୍ତ ଦାୟିତ୍ୱ ମନ୍ଦିର କମିଟି କୁ ହସ୍ତାନ୍ତର କରାଯାଇଛି। ଖୁବ୍ ଶୀଘ୍ର ସମସ୍ତ ସମ୍ପତ୍ତି ଜବତ କରିବା ସହ ଏଣ୍ଡୋମେଣ୍ଟ କମିଶନର ମନ୍ଦିରର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ମନ୍ଦିର କମିଟି କୁ ହସ୍ତାନ୍ତର କରିବା ପାଇଁ ପ୍ରତିଶୃତି ଦେଇଛନ୍ତି। ଉକ୍ତ ଯାଞ୍ଚ ବେଳେ ଦେବୋତ୍ତର କମିଶନର ଶ୍ରୀ ସିଦ୍ଧାର୍ଥ ଶଙ୍କର ଜେନା,ନିରୀକ୍ଷକ ଶ୍ରୀ ଆୟୁଷ ପଣ୍ଡା,ଶ୍ରୀ ତନ୍ମୟ ପରିଡ଼ା,ଶ୍ରୀ ସୁକାନ୍ତ ପୁଜାରୀ, ଶ୍ରୀ ସନ୍ତୋଷ କୁମାର ପ୍ରୁଷ୍ଟି, ସ୍ଥାନୀୟ ତହସିଲଦାର ଶ୍ରୀ ବିଶ୍ୱ ରଂଜନ କହଁର ଓ ଶ୍ରୀ ଗୌତମ ସାହୁ, ମନ୍ଦିର ପରିଚାଳନା ନୂତନ କମିଟି,, ପୁଜାରୀ ଗଣ ଓ ଅଞ୍ଚଳ ବାସିନ୍ଦା ଉପସ୍ଥିତ ଥିଲେ।