୧ କ୍ୱିଣ୍ଟାଲ ୧୬ କେଜି ଗଞ୍ଜେଇ ସହ ନଗଦ ଟଙ୍କା ଓ କାର୍ ଜବତ, ଜଣେ ଗିରଫ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା, ଅନୁଗୋଳSeptember 9, 202673 views

ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡା ଥାନା ଅଞ୍ଚଳରେ ଗଞ୍ଜେଇ କାରବାର ଉପରେ ପୋଲିସର ବଡ଼ ଧରଣର ଚଢ଼ାଉ। ‘ଅପରେସନ୍ ପ୍ରହାର’ ଅଭିଯାନ ଅଧୀନରେ ରେଲୱେ ଷ୍ଟେସନ ନିକଟରେ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ପୋଲିସ ୧ କ୍ୱିଣ୍ଟାଲ ୧୬ କେଜି ଗଞ୍ଜେଇ ଜବତ କରିଛି।
ଚଢ଼ାଉ ସମୟରେ ୧ ଲକ୍ଷ ୬୬ ହଜାର ୮୦୦ ଟଙ୍କା ନଗଦ ଏବଂ ଗୋଟିଏ କାର୍ ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ଅରବିନ୍ଦ ସାହୁ ନାମକ ଜଣେ ବ୍ୟବସାୟୀଙ୍କୁ ପୋଲିସ ଗିରଫ କରିଛି।
ପୋଲିସର ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଆଣି ଜରପଡା ଅଞ୍ଚଳରେ ଏହାର କାରବାର କରାଯାଉଥିଲା। ପରେ ଏହି ଗଞ୍ଜେଇକୁ ବାଲେଶ୍ୱର ଅଞ୍ଚଳକୁ ଚାଲାଣ କରାଯିବାକୁ ଥିବା ସୂଚନା ମିଳିଛି। ଗଞ୍ଜେଇ ଚାଲାଣ ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ଅଭିଯାନ ଚଳାଇ ଏହି ବଡ଼ ସଫଳତା ହାସଲ କରିଛି। ତେବେ ଏହି ନିଶା କାରବାର ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ଏବଂ ଏହାର ନେଟୱର୍କ କେତେ ଦୂର ବ୍ୟାପିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।
