--:--:--
-- ---
Srishti News

୪୦ ଲକ୍ଷ ଟଙ୍କାର ୧୬୦ ମୋବାଇଲ୍ ଫେରାଇଲା ଅନୁଗୋଳ ପୋଲିସ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଅନୁଗୋଳSeptember 8, 202699 views
୪୦ ଲକ୍ଷ ଟଙ୍କାର ୧୬୦ ମୋବାଇଲ୍ ଫେରାଇଲା ଅନୁଗୋଳ ପୋଲିସ
ଅନୁଗୋଳ: ହଜିଯାଇଥିବା ଓ ଚୋରି ହୋଇଥିବା ମୋବାଇଲ୍ ଫୋନ୍ ଉଦ୍ଧାର କରି ପ୍ରକୃତ ମାଲିକଙ୍କୁ ଫେରାଇବା ସହ ଆଇନ ପ୍ରବର୍ତ୍ତନ ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ବିଶ୍ୱାସ ଦୃଢ଼ କରିବା ଲକ୍ଷ୍ୟରେ ଅନୁଗୋଳ ପୋଲିସ ପକ୍ଷରୁ ‘ନିଖୋଜ/ହଜିଯାଇଥିବା ମୋବାଇଲ୍ ହସ୍ତାନ୍ତର ମେଳା ୬.୦’ ଆୟୋଜିତ ହୋଇଛି। ମଙ୍ଗଳବାର ଅନୁଗୋଳ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର DIGP, NCR, ତାଳଚେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଧାର ହୋଇଥିବା ମୋବାଇଲ୍ ଫୋନ୍‌ଗୁଡ଼ିକୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଥିଲେ। ଏହି ଅବସରରେ ପ୍ରାୟ ୪୦ ଲକ୍ଷ ଟଙ୍କା ମୂଲ୍ୟର ୧୬୦ଟି ହଜିଯାଇଥିବା/ଚୋରି ହୋଇଥିବା ସ୍ମାର୍ଟଫୋନ୍ ଉଦ୍ଧାର କରାଯାଇ ମାଲିକମାନଙ୍କୁ ଫେରାଇ ଦିଆଯାଇଥିଲା। ସେହିପରି ଅନୁଗୋଳ ପୋଲିସ ପକ୍ଷରୁ ଆୟୋଜିତ ଛଅଟି ମୋବାଇଲ୍ ହସ୍ତାନ୍ତର ମେଳା ମାଧ୍ୟମରେ ଏପର୍ଯ୍ୟନ୍ତ ପ୍ରାୟ ୧ କୋଟି ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋଟ ୮୪୧ଟି ମୋବାଇଲ୍ ଫୋନ୍ ସଫଳତାର ସହ ଉଦ୍ଧାର କରାଯାଇ ପ୍ରକୃତ ମାଲିକଙ୍କୁ ଫେରାଇ ଦିଆଯାଇଛି। CEIR-ସଞ୍ଚାର ସାଥୀ ପୋର୍ଟାଲ୍, ହ୍ୱାଟ୍ସଆପ୍ ରିପୋର୍ଟିଂ ବ୍ୟବସ୍ଥା, ଜିଲ୍ଲା ସାଇବର ସେଲ୍ ଏବଂ ବିଭିନ୍ନ ଥାନାର ଅଧିକାରୀ ଓ କର୍ମଚାରୀଙ୍କ ନିରନ୍ତର ପ୍ରୟାସ ଫଳରେ ଏହି ସଫଳତା ମିଳିଛି। ଅନୁଗୋଳ ପୋଲିସର ଏହି ପଦକ୍ଷେପ ଟେକ୍ନୋଲୋଜି ଆଧାରିତ ପୋଲିସିଂକୁ ଆହୁରି ସୁଦୃଢ଼ କରିବା ସହ ନାଗରିକଙ୍କ ସମ୍ପତ୍ତିର ସୁରକ୍ଷା ଏବଂ ପୋଲିସ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ବଢ଼ାଇବାରେ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି କୁହାଯାଉଛି।