ବରିଷ୍ଠ ନାଗରିକଙ୍କ ପାଇଁ ପୋଲିସର ନୂଆ ପଦକ୍ଷେପ, ୪୮୦ କାର୍ଡ ବଣ୍ଟନ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଅନୁଗୋଳSeptember 8, 202678 views

ଅନୁଗୋଳ: ବରିଷ୍ଠ ନାଗରିକଙ୍କ ସୁରକ୍ଷା, ଯତ୍ନ ଓ କଲ୍ୟାଣକୁ ଗୁରୁତ୍ୱ ଦେଇ ଅନୁଗୋଳ ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପରିସରରେ ‘ସିନିୟର ସିଟିଜେନ୍ କାର୍ଡ ବଣ୍ଟନ ମେଳା’ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଏନସିଆର, ତାଳଚେରର ମାନ୍ୟବର ଡିଆଇଜିପି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନୁଗୋଳ ଏସପିଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ୪୮୦ ଜଣ ବରିଷ୍ଠ ନାଗରିକଙ୍କୁ ସିନିୟର ସିଟିଜେନ୍ କାର୍ଡ ପ୍ରଦାନ କରାଯାଇଥିଲା। ଏହି କାର୍ଡ ମାଧ୍ୟମରେ ବରିଷ୍ଠ ନାଗରିକଙ୍କ ସହ ପୋଲିସର ଯୋଗାଯୋଗ ଓ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ସେମାନଙ୍କ ସୁରକ୍ଷା ଓ ଆବଶ୍ୟକତା ସମୟରେ ସହଯୋଗ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି।
ବରିଷ୍ଠ ନାଗରିକଙ୍କ ପ୍ରତି ଯତ୍ନ, ସୁରକ୍ଷା ଓ ଜନ-ଅନୁକୂଳ ପୋଲିସିଂକୁ ଆହୁରି ମଜବୁତ କରିବା ଦିଗରେ ଅନୁଗୋଳ ପୋଲିସର ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି।
