ନେଟୱର୍କ ସେବା ନଥିବାରୁ ନଇତଇଲା ଗ୍ରାମବାସୀ ପ୍ରଶାସନ ନିକଟରେ ଅଭିଯୋଗ ମୋବାଇଲ ଟାୱାର ସ୍ଥାପନ ପାଇଁ ଦାବି
Nayagarh (ନୟାଗଡ଼)ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁSeptember 8, 202645 views

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଉଦୟପୁର ପଞ୍ଚାୟତର ଦୁର୍ଗମ ନଇତଇଲା ଗ୍ରାମରେ ଦୀର୍ଘଦିନ ଧରି ମୋବାଇଲ ନେଟୱର୍କ ସେବା ଅପହଞ୍ଚ ହୋଇ ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି !ନଇତଇଲା ଗ୍ରାମ ନୂଆଗାଁ ବ୍ଲକର ଶେଷ ସୀମାନ୍ତ ଗ୍ରାମ ହୋଇଥିବା ବେଳେ ଏହାର ଆଖପାଖରେ ୭ରୁ ଅଧିକ ଗ୍ରାମ ରହିଛି!ଏହି ଅଞ୍ଚଳର ବହୁ ଲୋକ ମୋବାଇଲ ଯୋଗାଯୋଗ ପାଇଁ ନଇତଇଲା ଗ୍ରାମ ଠାରେ ନେଟୱର୍କ ଟାୱାର ସ୍ଥାପନର ଆବଶ୍ୟକତା ରହିଛି!
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,ନଇତଇଲା ଓ ଏହାର ଆଖପାଖ ଅଞ୍ଚଳରେ ଏୟାରଟେଲ ଓ ଜିଓ ସମେତ ମୋବାଇଲ ନେଟୱର୍କ ସେବା ଅତ୍ୟନ୍ତ ଦୁର୍ବଳ କିମ୍ବା ଅନୁପଲବ୍ଧ ଫଳରେ ଜରୁରୀକାଳୀନ ସମୟରେ ମଧ୍ୟ ଉଚ୍ଚସ୍ଥାନକୁ ଯାଇ ଫୋନ କରିବାକୁ ପଡୁଛି!ଏହାଦ୍ଵାରା ଛାତ୍ରଛାତ୍ରୀଙ୍କ ଅନଲାଇନ ଶିକ୍ଷା,ଅନଲାଇନ ସରକାରୀ ସେବା ଯୋଗାଯୋଗ ଏବଂ ଦୈନନ୍ଦିନ ଜୀବନ ମଧ୍ୟ ପ୍ରଭାବିତ ହେଉଛି
ନଇତଇଲା ନିକଟରେ ଥିବା ଜୟପଲ୍ଲୀ,ସିଙ୍ଗପୁର,ଆଙ୍ଗିସିଙ୍ଗି ଅଞ୍ଚଳକୁ ମଧ୍ୟ ଏହି ନେଟୱର୍କ ସମସ୍ୟାର ପ୍ରଭାବ ରହିଥିବା କୁହାଯାଉଛି!ଏତେ ବଡ଼ ଅଞ୍ଚଳର ଲୋକ ନେଟୱର୍କ ଅସୁବିଧାରେ ଥିବା ସତ୍ୱେ ଏ ପର୍ଯ୍ୟନ୍ତ ଏଠାରେ ଏକ ମୋବାଇଲ ଟାୱାର ସ୍ଥାପନ ନହେବାକୁ ନେଇ ପ୍ରଶ୍ନ ଉଠିଛି!
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଉଦୟପୁର ପଞ୍ଚାୟତର ନଇତଇଲା ଗ୍ରାମରେ ମୋବାଇଲ ଟାୱାର ସ୍ଥାପନ କରିବାପାଇଁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି
