ବରପାଲି ରେଲୱେ ଷ୍ଟେସନ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
Bargarh (ବରଗଡ଼)ସତ୍ୟ ସୁରୁଜାଲSeptember 7, 202626 views

ବରଗଡ଼ : ବରପାଲି ରେଲୱେ ଷ୍ଟେସନ ନିକଟରୁ ଆଜି ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଷ୍ଟେସନ ନିକଟସ୍ଥ ୬୨୪/୨୬ ଖୁଣ୍ଟି ନିକଟରେ ସକାଳ ପ୍ରାୟ ୮ଟା ୪୫ ମିନିଟ୍ ସମୟରେ ବ୍ୟକ୍ତିଙ୍କୁ ରେଳ ଧାରଣା ନିକଟରେ ପଡ଼ିଥିବା ଦେଖାଯାଇଥିଲା।
ଘଟଣା ସମ୍ପର୍କରେ ଖବର ପାଇବା ପରେ ରେଲୱେ କର୍ତ୍ତୃପକ୍ଷ ଓ ରେଲୱେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ ପଦକ୍ଷେପ ନେଇଥିଲେ।
ପରେ ମୃତ ବ୍ୟକ୍ତିଙ୍କ ପରିଚୟ ପ୍ରକାଶ ଚନ୍ଦ୍ର ମାହାଣା ବୋଲି ଜଣାପଡ଼ିଛି। ତାଙ୍କ ଆଧାର କାର୍ଡ ଅନୁଯାୟୀ ସେ ବିଜେପୁର ଅଞ୍ଚଳର ବାସିନ୍ଦା ବୋଲି ସୂଚନା ମିଳିଛି। ତାଙ୍କ ନିକଟରୁ ମିଳିଥିବା ରେଲୱେ ଟିକେଟ୍ ଅନୁସାରେ ସେ ବରପାଲିରୁ ସମ୍ବଲପୁର ଯାତ୍ରା କରୁଥିଲେ ବୋଲି ଜଣାପଡ଼ିଛି।
ଘଟଣାଟି କିପରି ଘଟିଲା ଏବଂ ମୃତ୍ୟୁର ପ୍ରକୃତ କାରଣ କଣ, ସେନେଇ ରେଲୱେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ପରେ ଘଟଣାର ସମ୍ପୂର୍ଣ୍ଣ କାରଣ ସ୍ପଷ୍ଟ ହେବ। ଏନେଇ ପୁଲିସ ପକ୍ଷରୁ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଜାରି ରହିଛି।
