ସେବାରେ ଆଉ ପାଦେ ଆଗେଇଲେ ଅଭିମନ୍ୟୁ, ଗାଁ ଲୋକଙ୍କ ଅନୁରୋଧରେ ମନ୍ଦିରକୁ ଚେୟାର ପ୍ରଦାନ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ବଅଁରପାଳ,ଅନୁଗୋଳSeptember 7, 2026104 views

ବଅଁରପାଳ: ବଅଁରପାଳ ବ୍ଲକ ତୁଳସୀପାଳ ପଞ୍ଚାୟତ ଅନ୍ତର୍ଗତ ଲଙ୍ଗୁଳିଆବେଡା ଗ୍ରାମବାସୀଙ୍କ ଅନୁରୋଧକୁ ରକ୍ଷା କରି ଗାଁର ଶିବ ମନ୍ଦିରକୁ ୫ଟି ସିମେଣ୍ଟ ଚେୟାର ପ୍ରଦାନ କରିଛନ୍ତି ସମାଜସେବୀ ଅଭିମନ୍ୟୁ ସାହୁ।
ଗ୍ରାମବାସୀଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଶ୍ରୀ ସାହୁଙ୍କ ଏହି ସହଯୋଗ ଯୋଗୁଁ ମନ୍ଦିରକୁ ଆସୁଥିବା ଭକ୍ତ ଓ ଗ୍ରାମବାସୀମାନେ ବସିବାର ସୁବିଧା ପାଇପାରିବେ। ଏହି ସହଯୋଗ ପାଇଁ ଲଙ୍ଗୁଳିଆବେଡା ଗ୍ରାମବାସୀ ଅଭିମନ୍ୟୁ ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଏହି ଅବସରରେ ଅଭିମନ୍ୟୁ ସାହୁ ବାବା ଚନ୍ଦ୍ରଶେଖର ମହାପ୍ରଭୁଙ୍କ ଦର୍ଶନ କରି ଗ୍ରାମବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଗ୍ରାମବାସୀଙ୍କ ଆବଶ୍ୟକତା ଓ ଅନୁରୋଧକୁ ଗୁରୁତ୍ୱ ଦେଇ ଆଗାମୀ ଦିନରେ ମଧ୍ୟ ସେବା ଜାରି ରଖିବାକୁ ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
