--:--:--
-- ---
Srishti News

ଗୁରୁଦିବସ ଅବସରରେ ଗୁରୁପୂଜନ ଓ ସମ୍ବର୍ଦ୍ଧନା

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁSeptember 6, 202670 views
ଗୁରୁଦିବସ ଅବସରରେ ଗୁରୁପୂଜନ ଓ ସମ୍ବର୍ଦ୍ଧନା
ପବିତ୍ର ଗୁରୁଦିବସ ଅବସରରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କରଦା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି ଗୁରୁପୂଜନ ତଥା ସମ୍ବର୍ଦ୍ଧନା ସମାରୋହ। ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କକୁ ସମ୍ମାନ ଜଣାଇବା ସହ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଗୁରୁଦିବସ ଅବସରରେ ଉତ୍ସବମୁଖର ହୋଇଉଠିଥିଲା କରଦା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର। ବିଦ୍ୟାଳୟ ପକ୍ଷରୁ ଆୟୋଜିତ ହୋଇଥିଲା ଗୁରୁପୂଜନ ଓ ସମ୍ବର୍ଦ୍ଧନା ସମାରୋହ। ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଜ ଗୁରୁମାନଙ୍କୁ ପୂଜା କରିବା ସହ ସମ୍ମାନ ଜଣାଇଥିଲେ। ଗୁରୁ-ଶିଷ୍ୟ ପରମ୍ପରାର ମହତ୍ତ୍ୱ ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ଭୂମିକା ନେଇ ଅତିଥି ଓ ଶିକ୍ଷକମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ରହି ଗୁରୁଦିବସ ପାଳନରେ ସାମିଲ ହୋଇଥିଲେ। ଗୁରୁଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନର ଏହି ଅବସରରେ ସମଗ୍ର ବିଦ୍ୟାଳୟ ପରିସରରେ ଦେଖିବାକୁ ମିଳିଥିଲା ଏକ ଭାବପୂର୍ଣ୍ଣ ଓ ଉତ୍ସବମୁଖର ପରିବେଶ।