--:--:--
-- ---
Srishti News

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅରିସଲ ଗ୍ରାମ ପଂଚାୟତ ଠାରେ ସାଇ ଅମୃତା କନଭେନସନ ସେଣ୍ଟର'ଠାରେ ଏକ ଜିଲ୍ଲା ସ୍ତରୀୟ "ସୂକ୍ଷ୍ମ, କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ (MSME) ସମୁଦାୟ ସଚେତନତା ଶିବିର" ସଫଳତାର ସହ ଅନୁଷ୍ଠିତ

Puri (ପୁରୀ)ରିପୋର୍ଟ: ପ୍ରତାପ ଚନ୍ଦ୍ର ଘୋଡେ଼ଇ, ପିପିଲିSeptember 5, 2026114 views
ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅରିସଲ ଗ୍ରାମ ପଂଚାୟତ ଠାରେ ସାଇ ଅମୃତା କନଭେନସନ ସେଣ୍ଟର'ଠାରେ ଏକ ଜିଲ୍ଲା ସ୍ତରୀୟ "ସୂକ୍ଷ୍ମ, କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ (MSME) ସମୁଦାୟ ସଚେତନତା ଶିବିର" ସଫଳତାର ସହ ଅନୁଷ୍ଠିତ
ଓଡ଼ିଶା ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ ବିଭାଗ ନିର୍ଦ୍ଦେଶାଳୟର ପ୍ରାୟୋଜିତ ଏବଂ ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ରର ଆୟୋଜନରେ ଏହି ବିଶେଷ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।ଏହି ସଚେତନତା ଶିବିରରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଆଶାୟୀ ଉଦ୍ୟୋଗୀ, ବ୍ୟବସାୟୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ। ସଭାରେ ଉପସ୍ଥିତ ଅତିଥି ଓ ବିଶେଷଜ୍ଞମାନେ ସରକାରଙ୍କ ପକ୍ଷରୁ ମିଳୁଥିବା  ପି ଏମ ଇ ଏଫ , ଏଵଂ  ପି ଏମ ଇ ଜି ପି ଗୁଡ଼ିକ ଆର୍ଥିକ ସହାୟତା, ସବସିଡି ଏବଂ ବ୍ୟବସାୟିକ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଗ୍ରାମାଞ୍ଚଳରେ କ୍ଷୁଦ୍ର ଶିଳ୍ପ ଓ ଉଦ୍ୟୋଗ ପ୍ରତିଷ୍ଠା କରି କିଭଳି ଯୁବପିଢ଼ି ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରିପାରିବେ, ସେ ନେଇ ଶିବିରରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।ଉତ୍ସବର ମଞ୍ଚାସୀନ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ଉପସ୍ଥିତ ଜନସାଧାରଣଙ୍କୁ ସରକାରୀ ଯୋଜନାର ଭରପୂର ଲାଭ ଉଠାଇବାକୁ ଆହ୍ୱାନ ଦେଇଥିଲେ। ବିଭାଗୀୟ ଅଧିକାରୀମାନେ ନୂତନ ବ୍ୟବସାୟ ପଞ୍ଜୀକରଣ ଏବଂ ଋଣ ସୁବିଧା ପ୍ରକ୍ରିୟାକୁ ଅତି ସରଳ ଶବ୍ଦରେ ବୁଝାଇଥିଲେ। ଏହି କର୍ଯ୍ୟ କ୍ରମ ରେ GM DIC ମାନସ କୁମାର ବାରିକ assist industrial officer ପ୍ରଜ୍ଞା ପରମିତା ବିଷୋୟୀ, ଆତ୍ମା ର ଚେୟାରମେନ (ଡେଲାଙ୍ଗ) ଲଡୁକିଶୋର ରାୟ ,DRP ବାବ୍ରୁବାହନ ଜେନା ଙ୍କ ସମେତ ସାମାଜିକ କର୍ମୀ ଦିଲୀପ କୁମାର ପ୍ରଧାନ, ସଫଳ ଉଦ୍ୟୋଗୀ ବିଭୁ ସାମନ୍ତରାୟ, , ସୌମେନ୍ଦ୍ର ପ୍ରଧାନ, ଶତ୍ରୁଘ୍ନ ପ୍ରଧାନ ଙ୍କୁ ସମ୍ମାନିତ କରାଯାଇ ଥିଲା। ଶେଷ ରେ DRP ବବ୍ରୁବାହନ ଜେନା ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇ ସଭାକୁ ସାଙ୍ଗ କରିଥିଲେ।