--:--:--
-- ---
Srishti News

ଚିକିଟି ଜଗନ୍ନାଥ ଉଚ୍ଚ ପ୍ରାଥମିକ ସ୍କୁଲ ରେ ଧୂମଧାମ ରେ ଗୁରୁଦିବସ ପାଳିତ

Ganjam (ଗଞ୍ଜାମ)ଦୁର୍ଗା ମାଧବ ମହାରଣାSeptember 5, 202665 views
ଚିକିଟି ଜଗନ୍ନାଥ ଉଚ୍ଚ ପ୍ରାଥମିକ ସ୍କୁଲ ରେ ଧୂମଧାମ ରେ ଗୁରୁଦିବସ ପାଳିତ
ଚିକିଟି,ତା ୫/୦୯ ଚିକିଟି ବ୍ଲକ ରାମଚନ୍ଦ୍ର ପୁର ଗାଁ ଥିବା ଜଗନ୍ନାଥ ଉଚ୍ଚ ପ୍ରାଥମିକ ସ୍କୁଲ (କସ୍ତୁରବା ଗାନ୍ଧୀ ଆବାସିକସ୍କୁଲ )ରସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ସମସ୍ତ ଛାତ୍ର, ଛାତ୍ରୀ ଙ୍କୁ ନେଇ ଆଜି ଗୁରୁଦିବସ ବହୁ ଧୁମ ଧାମରେ ପାଳନ କରାଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରମିତା ପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ର ପୂର୍ବତନ ଛାତ୍ର, ଶିକ୍ଷକ,ଏବଂ ଅବସର ପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷାଧିକାରୀ ନିଗମାନନ୍ଦ ପଣ୍ଡା ଓ ଦାମୋଦର ପଣ୍ଡା ଙ୍କୁ ଅତିଥି ରୂପେ ନିମନ୍ତ୍ରଣ କରି ସମସ୍ତ ଗୁରୂ କୁଳଙ୍କୁ ନେଇ ଗୁରୂ ଓ ଛାତ୍ର ଛାତ୍ରୀ ଙ୍କ ସ୍ନେହ -ଭକ୍ତି ଭରା ପରମ୍ପରା ସୃଷ୍ଟି ହୋଇ ଥିଲା, ପ୍ରଥମେ ସ୍କୁଲ ର ପିଲାମାନେ ପୁଷ୍ପ ଦୀପ, ଚନ୍ଦନ ଦେବା ସହ ସମସ୍ତ ଗୁରୂ, ଗୁରୁମା ମାନଙ୍କୁ ବନ୍ଦାପନା କରି ଆଶିଷ ଭିକ୍ଷା କରିଥିଲେ,। ଭାରତରତ୍ନ, ପୂର୍ବତନ ରାଷ୍ଟ୍ରପତି ଡ଼ଃ. ସର୍ବପଲ୍ଲୀ ରାଧାକୃଷ୍ଣ ଙ୍କ ସ୍କୃତି ଉଦ୍ଦେଶ୍ୟରେ ପୁରପଲ୍ଲୀରେ ଅନୁଷ୍ଠିତ ହେଉଥିବା ଏହି ପବିତ୍ର ସ୍ନେହ, ମମତା ଭରା ଉତ୍ସବରେ ଶତାଧିକ ଛାତ୍ର ଛାତ୍ରୀ ଙ୍କୁ ନେଇ ଗୁରୁ ଦିବସ ପାଳନ କରାଯାଇ ଥିଲା। ଗତ କଲି ମଧ୍ୟ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ର ଛାତ୍ରୀ ମାନେ ରାଧା, କୃଷ୍ଣ, ବସୁଦେବ,ନନ୍ଦ ଭୂମିକାରେ ଅଭିନୟ କରିବା ଫଳରେ ଜନ୍ମାଷ୍ଟମୀ ଭଳି ପରିବେଶ ସୃଷ୍ଟି ହୋଇଥିଲା, ଏହିଅବସରରେ ପରିଚାଳନା କମିଟି ଏବଂ ଗୁରୁକୁଳଙ୍କଦ୍ୱାରା ଦୁଇଜଣ ଅତିଥିନିଗମାନନ୍ଦ ପଣ୍ଡା, ଦାମୋଦର ପଣ୍ଡା ଙ୍କୁ ଉତ୍ତରୀୟ ଓ ଫୁଲ ତୋଡ଼ାଦେଇ ସମ୍ବର୍ଦ୍ଧିତ କରାଯାଇଥିଲା, ଏହାପରେ ପିଲାଙ୍କ ଦ୍ୱାରା ବହୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା, ଏହିକାର୍ଯ୍ୟ କ୍ରମ ଦେଖିବାକୁ ଅଭିଭାବକ, ଛାତ୍ର ଛାତ୍ରୀ ମାନେ,ଜନସାଧାରଣ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ, ଶେଷରେ କାର୍ଯ୍ୟକ୍ରମର ସଫଳତା ନିମନ୍ତେବରିଷ୍ଠ ଶିକ୍ଷକ ଅରୁଣ କୁମାର ପଣ୍ଡା, ହୃଷିକେଶ ପଣ୍ଡା ଗୋବିନ୍ଦ ପାଢ଼ୀ ରାଜଲକ୍ଷ୍ମୀ ଦିଦି, ସଂଗୀତା ଦିଦି, ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିବା ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।ଶିକ୍ଷକ ବାଲ୍ମୀକି ସେଠି,ହେମନ୍ତ ମହାରଣା ମଞ୍ଚ ପରିଚାଳନା କରିଥିଲେ ସମସ୍ତଙ୍କୁ ତିଥି ଭୋଜନ ପ୍ରସାଦରେ ଆପାୟିତ କରାଯାଇଥିଲା ।