ଝଡ଼ ତୋଫାନ ଓ ପ୍ରବଳ ବର୍ଷା କ୍ଷତିପୂରଣ ଦାବିରେ ରାସ୍ତାରୋକ ଦାବିପତ୍ର ଦେବା ପରେ ବି ମିଳିଲାନି କ୍ଷତିପୂରଣ, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ
Bargarh (ବରଗଡ଼)ସତ୍ୟ ସୁରୁଜାଲSeptember 5, 202624 views

ବରଗଡ଼: ୫/୯/
ଝଡ଼ ତୋଫାନ ଓ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିର କ୍ଷତିପୂରଣ ଦାବିରେ ରାସ୍ତାରୋକ ଆନ୍ଦୋଳନ। ବରଗଡ଼ ସୋହେଲା-ଚକରକେନ୍ଦ୍ ଛକରେ ସ୍ଥାନୀୟ ଗ୍ରାମବାସୀମାନେ ଏକତ୍ରିତ ହୋଇ ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି।
ଆନ୍ଦୋଳନକାରୀଙ୍କ କହିବା ଅନୁଯାୟୀ, ବିଗତ ଦିନରେ ହୋଇଥିବା ଝଡ଼ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏନେଇ ପ୍ରଶାସନ ନିକଟରେ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି।
ସକାଳ ୯ଟାରୁ ଆରମ୍ଭ ହୋଇଥିବା ଏହି ରାସ୍ତାରୋକ ଯୋଗୁଁ ଉକ୍ତ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି। ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକେ ଏକତ୍ରିତ ହୋଇ ନିଜ ଦାବି ଉପସ୍ଥାପନ କରିଛନ୍ତି।
ଏପର୍ଯ୍ୟନ୍ତ ଆନ୍ଦୋଳନକାରୀଙ୍କ ସହ କୌଣସି ସମାଧାନର ବାଟ ବାହାରିନଥିବା ବେଳେ, ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତାରୋକ ଆନ୍ଦୋଳନ ଜାରି ରହିବ ବୋଲି ସ୍ଥାନୀୟ ଆନ୍ଦୋଳନକାରୀମାନେ କହିଛନ୍ତି।

