--:--:--
-- ---
Srishti News

୧୦ଟି ଛେଳିର ମୃତ୍ୟୁ ପରେ ଗରିବ ପରିବାର ପାଖରେ ଲୁଲୁ ସେନା

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ବନ୍ତଳାSeptember 5, 202670 views
୧୦ଟି ଛେଳିର ମୃତ୍ୟୁ ପରେ ଗରିବ ପରିବାର ପାଖରେ ଲୁଲୁ ସେନା
ଅନୁଗୋଳ: ଛେଳି ପାଳନ କରି ପରିବାର ଚଳାଉଥିବା ବନ୍ଦାଣପଶି ଗ୍ରାମର ଧରଣୀ ସାହୁଙ୍କ ପ୍ରାୟ ୧୦ଟି ଛେଳି ଖାଦ୍ୟ ବିଷାକ୍ତତା ଯୋଗୁଁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଏହାକୁ ନେଇ ପରିବାର ଭାଙ୍ଗିପଡ଼ିଥିବା ବେଳେ ଖବର ପାଇ ଲୁଲୁ ସେନା ଟିମ୍ ପରିବାର ନିକଟରେ ପହଞ୍ଚିଥିଲା। ଲୁଲୁ ସେନା ସହ ଭେଟେରିନାରୀ ବିଶେଷଜ୍ଞ ରଞ୍ଜନ ସାର୍ ମଧ୍ୟ ଉପସ୍ଥିତ ରହି ଅବଶିଷ୍ଟ ଛେଳିମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଆଗକୁ ଯେପରି ଆଉ କୌଣସି ଛେଳିର ମୃତ୍ୟୁ ନହୁଏ, ସେନେଇ ପରିବାରକୁ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା। ଗରିବ ପରିବାରର ଜୀବିକା ଓ ପଶୁଙ୍କ ସୁରକ୍ଷା ପାଇଁ ଏଭଳି ସମୟରେ ସହଯୋଗର ହାତ ବଢ଼ାଇଥିବାରୁ ଲୁଲୁ ସେନାର ଏହି ପଦକ୍ଷେପକୁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଇଛି