କଣ୍ଢଳ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳନ
Deogarh (ଦେଓଗଡ଼)ରିପୋର୍ଟ :- ନରୋତ୍ତମ ପରିଡ଼ା, ବାରକୋଟSeptember 5, 2026133 views

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ କଣ୍ଢଳ ଗ୍ରାମ ପଞ୍ଚାୟତର ସଦର ମହକୁମା ସ୍ଥିତ କଣ୍ଢଳ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ଉତ୍ସବ ପାଳନ ହୋଇଯାଇଛି ଏବଂ ଏହି ଅବସରରେ ବିଦ୍ୟାଳୟ ସ୍ତରୀୟ ଆଦର୍ଶ ଗୁରୁ ସମ୍ମାନ ସମ୍ବର୍ଦ୍ଧନା ସଭା ମଧ୍ୟ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଚିନ୍ମୟୀ ପ୍ରଧାନ ସଭାପତିତ୍ବ କରିଥିବା ବେଳେ ଶିକ୍ଷକ ଶାନ୍ତନୁ କୁମାର ଦେହୁରୀ ମଞ୍ଚ ପରିଚାଳନା କରିଥିଲେ | ଅବସରପ୍ରାପ୍ତ ଶିକ୍ଷକ ଶଶୀଭୂଷଣ ପ୍ରଧାନଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା | ଉକ୍ତ ସଭାରେ ବରିଷ୍ଠ ଶିକ୍ଷକ ତପନ କୁମାର ଗଡ଼ନାୟକ , ଖୁଲଣା ବୁଡ଼ା, ଶାରଳା ବିଶ୍ବାଳ,ସୋମନାଥ ପ୍ରଧାନ, ସ୍ମିତାରାଣୀ ଦେହୁରୀ ଶିକ୍ଷାର୍ଥୀଙ୍କ ଭବିଷ୍ଯତ ଗଢ଼ିବାରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ | କାର୍ଯ୍ଯକ୍ରମରେ ବିଦ୍ୟାଳୟର ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ | ଶେଷରେ ଶିକ୍ଷୟିତ୍ରୀ ଟେରେସା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |
