--:--:--
-- ---
Srishti News

ଜଗନ୍ନାଥପ୍ରସାଦ ମୁଠା ଆନୁକୂଲ୍ୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ / ଜନ୍ମଦିନ ଉତ୍ସବ ପାଳିତ

Bhubaneswar (ଭୁବନେଶ୍ୱର)ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼September 5, 2026182 views
ଜଗନ୍ନାଥପ୍ରସାଦ ମୁଠା ଆନୁକୂଲ୍ୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ / ଜନ୍ମଦିନ ଉତ୍ସବ ପାଳିତ
ଷୋହଳ ଖଣ୍ଡ ଗୋପାଳ ସମାଜ, ଜଗନ୍ନାଥପ୍ରସାଦ ମୁଠା ଆନୁକୂଲ୍ୟରେ ଶ୍ରୀକୃଷ୍ଣଙ୍କ ଜନ୍ମଦିନ (ଜନ୍ମାଷ୍ଟମୀ) ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ଓ ଶ୍ରଦ୍ଧା ଭକ୍ତିର ସହ ପାଳିତ ହୋଇଯାଇଛି। ​ଏହି କାର୍ଯ୍ୟକ୍ରମରେ ସଭାପତି ଜୟଦେବ ଗୌଡ଼ ସଭାପତିତ୍ୱ କରିଥିବା ବେଳେ ଉପ-ସଭାପତି ସରୋଜ କାନ୍ତ ଗୌଡ଼, ସମ୍ପାଦକ ଦିଲ୍ଲୀପ କୁମାର ଗୌଡ଼, କୋଷାଧ୍ୟକ୍ଷ କୈଳାଶ ଚନ୍ଦ୍ର ଗୌଡ଼ ଏବଂ ସହ-ସଂଯୋଜକ ସୁଶାନ୍ତ କୁମାର ମହାକୁଡ଼ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ​ଏହି ସମାରୋହରେ ଅଭିମନ୍ୟୁ ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମଙ୍ଗରାଜ ଗୌଡ଼ ମୁଖ୍ୟ ବକ୍ତା ଭାବେ ଶ୍ରୀକୃଷ୍ଣଙ୍କ ଜୀବନୀ, ଆଦର୍ଶ ଓ ସମାଜପ୍ରତି ତାଙ୍କର ଯୋଗଦାନ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ବୃନ୍ଦାବନ ଗୌଡ଼ ଉପସ୍ଥିତ ରହିଥିଲେ। ​ଏହି ସମାରୋହରେ ଜଗନ୍ନାଥପ୍ରସାଦ ମୁଠାର ସମସ୍ତ ସଭାପତି, ସମ୍ପାଦକ, କର୍ମକର୍ତ୍ତା ଏବଂ ଗୋପାଳ ସମାଜର ଶତାଧିକ ସଦସ୍ୟ ଉପସ୍ଥିତ ରହି ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାଆରାଧନା କରିବା ସହ ଉତ୍ସବକୁ ସଫଳ ମଣ୍ଡିତ କରିଥିଲେ।