--:--:--
-- ---
Srishti News

କଂଗ୍ରେସ ନେତା କପିଳ ଦଳାଇଙ୍କ ଧର୍ମପତ୍ନୀଙ୍କ ପରଲୋକ

Jajpur (ଯାଜପୁର)ରିପୋର୍ଟ: ଅନିଲ କୁମାର ଜେନା, ଯାଜପୁରSeptember 4, 202628 views
କଂଗ୍ରେସ ନେତା କପିଳ ଦଳାଇଙ୍କ ଧର୍ମପତ୍ନୀଙ୍କ ପରଲୋକ
ଯାଜପୁର: ବିଶିଷ୍ଟ ଶିକ୍ଷାବିତ୍ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ କପିଳ ଦଳାଇଙ୍କ ଧର୍ମପତ୍ନୀ ବାସନ୍ତୀ ଦଳାଇଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ଏହି ଦୁଃଖଦ ଖବର ପାଇ କଂଗ୍ରେସ ନେତା ସନ୍ତୋଷ ନନ୍ଦ, ମନୋଜ ରାଉତ, ଦୁର୍ଯ୍ୟଧନ ବେହେରା, ଗଦାଧର ଦାସ, ନାରାୟଣ ସାମନ୍ତ, ବିଭୂତି ଭୂଷଣ ମହାପାତ୍ର, ବିଜୟ ମହାପାତ୍ର, ଦିଲୀପ ଦାସ, ମାନସ ପଣ୍ଡା, ବିଳାସ ରାଉତ, ପରିମଳ ବିଶ୍ୱାଳ ଓ ଅର୍ଣ୍ଣବ ମିଶ୍ରଙ୍କ ସମେତ ବହୁ କଂଗ୍ରେସ ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି। ବାରୁଣୀ ମହାଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଶବାଧାରରେ ବହୁ ସଂଖ୍ୟକ ଗ୍ରାମବାସୀଙ୍କ ସମେତ ତାଙ୍କ ଝିଅ, ଜ୍ୱାଇଁ, ନାତି ଓ ନାତୁଣୀ ଉପସ୍ଥିତ ଥିଲେ। ତାଙ୍କ ଶେଷଯାତ୍ରାରେ ଗ୍ରାମଠାରୁ ସହର ପର୍ଯ୍ୟନ୍ତ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଶେଷକୃତ୍ୟ ସମୟରେ କଂଗ୍ରେସ ନେତାମାନେ ବାରୁଣୀ ମହାଶ୍ମଶାନରେ ଯୋଗଦେଇ ଦିବଂଗତ ବାସନ୍ତୀ ଦଳାଇଙ୍କ ଆତ୍ମାର ସଦ୍‌ଗତି କାମନା କରିଥିଲେ। ଏଥିସହ ଶୋକସନ୍ତପ୍ତ କପିଳ ଦଳାଇଙ୍କୁ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇ ଏହି ଦୁଃଖଦ ସମୟରେ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ।