ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳନ
Cuttack (କଟକ)ରିପୋର୍ଟ:ସୁରେନ୍ଦ୍ର ଜେନା, କଟକSeptember 4, 202626 views

ଜଗତପୁର: ଜଗତପୁର ସ୍ଥିତ ନିମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ କ୍ରିୟାଯୋଗ ଆଶ୍ରମର ସ୍ବାମିଜୀ ବିଜ୍ଞାନାନନ୍ଦ ଗିରି ଯୋଗଦେଇ ଶିଶୁମାନଙ୍କୁ ଜନ୍ମାଷ୍ଟମୀ ଉତ୍ସବରେ ମାହାତ୍ମ୍ୟ ବିଷୟରେ ବୁଝାଇଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଂପାଦକ ନୀରୋଦ ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ଗାୟତ୍ରୀ ଲେଙ୍କା, ସଭ୍ୟ କାହ୍ନୁଚରଣ ଦଳାଇ, ସ୍ବପ୍ନାଶ୍ରୀ ଦାଶ, ସଂଗୀତଜ୍ଞ ସୁବର୍ଣ୍ଣ କେଶରୀ ବିଶ୍ଵାଳଙ୍କ ସମେତ ବାଦକ ଭାବେ ବିଦ୍ୟାଳୟର ପୂର୍ବଛାତ୍ର ମାତୃ ପ୍ରସାଦ ପଣ୍ଡା ଓ ବକ୍ତା ଭାବେ ବିଦ୍ୟାଳୟର ଆଚାର୍ଯ୍ୟା ସ୍ନେହବାଳା ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ପ୍ରଧାନଆଚାର୍ଯ୍ୟ ପ୍ରାଣକୃଷ୍ଣ ମଲ୍ଲିକ୍ ଅତିଥି ପରିଚୟ ପ୍ରଦାନ କରିଥିବା ସ୍ଥଳେ ଆଚାର୍ଯ୍ୟା କିରଣବାଳା ବାରିକ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି ଅବସରରେ ଶିଶୁମାନଙ୍କ ମଧ୍ୟରେ ରାଧାକୃଷ୍ଣ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ ଶିଶୁମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଶେଷରେ ଆଚାର୍ଯ୍ୟ ବୈରାଗୀ ଚରଣ ରାଉତ ଧନ୍ୟବାଦ ଦେଇଥିଲେ।
