--:--:--
-- ---
Srishti News

ଆଜି ପବିତ୍ର ଜନ୍ମାଷ୍ଟମୀ, ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ବଅଁରପାଳSeptember 4, 202659 views
ଆଜି ପବିତ୍ର ଜନ୍ମାଷ୍ଟମୀ, ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ
ବଅଁରପାଳ: ଭକ୍ତିମୟ ପରିବେଶରେ ପାଳିତ ହେଉଛି ପବିତ୍ର ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ଅବସରରେ ବିଭିନ୍ନ ମନ୍ଦିରକୁ ଆକର୍ଷଣୀୟ ଭାବେ ସଜାଯାଇଛି। ଭୋରୁ ମନ୍ଦିରରେ ଭକ୍ତଙ୍କ ସମାଗମ ସହ ହରିନାମ ସଂକୀର୍ତ୍ତନ ଓ ଭଜନରେ ମୁଖରିତ ହୋଇଛି ପରିବେଶ। ପୌରାଣିକ ବିଶ୍ୱାସ ଅନୁସାରେ, ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ମଥୁରା କାରାଗାରରେ ଦେବକୀଙ୍କ କୋଳରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ। ଅନ୍ୟାୟ ଓ ଅଧର୍ମର ଅନ୍ତ ଘଟାଇ ଧର୍ମର ପ୍ରତିଷ୍ଠା ତାଙ୍କ ଅବତାରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଧାର୍ମିକ ବିଶ୍ୱାସ ରହିଛି। ଜନ୍ମାଷ୍ଟମୀ ଅବସରରେ ଭକ୍ତମାନେ ଉପବାସ ରଖି ଶ୍ରୀକୃଷ୍ଣଙ୍କ ଆରାଧନା କରୁଛନ୍ତି। ସନ୍ଧ୍ୟାରୁ ଭକ୍ତଙ୍କ ଭିଡ଼ ବଢ଼ିବା ସହ ମଧ୍ୟରାତ୍ରିରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ, ଜନ୍ମାଭିଷେକ, ମଙ୍ଗଳ ଆଳତି ଓ ପ୍ରସାଦ ବଣ୍ଟନ କରାଯିବ। ଶ୍ରୀକୃଷ୍ଣଙ୍କ ଜୟଧ୍ୱନିରେ ଗୁଞ୍ଜରିତ ହେବ ମନ୍ଦିର ପରିସର।