--:--:--
-- ---
Srishti News

ଆଖଣ୍ଡଳମଣି ରାସ୍ତାରେ ଦୁର୍ଘଟଣା: କାର୍ ଧକ୍କାରେ ବୃଷଭ ଗୁରୁତର

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁSeptember 4, 202654 views
ଆଖଣ୍ଡଳମଣି ରାସ୍ତାରେ ଦୁର୍ଘଟଣା: କାର୍ ଧକ୍କାରେ ବୃଷଭ ଗୁରୁତର
ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କୋଠାର ଛକ ନିକଟରେ ଆଖଣ୍ଡଳମଣି ରାସ୍ତାରେ ଏକ କାର୍ ଧକ୍କାରେ ଏକ ବୃଷଭ ଗୁରୁତର ଆହତ ହୋଇଛି। ଘଟଣାକୁ ନେଇ କିଛି ସମୟ ପାଇଁ ରାସ୍ତାରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା। ସୂଚନା ଅନୁଯାୟୀ, କାର୍‌ଟି ଦ୍ରୁତ ଗତିରେ ଆଖଣ୍ଡଳମଣି ରାସ୍ତାରେ ଯାଉଥିବା ସମୟରେ କୋଠାର ଛକ ନିକଟରେ ହଠାତ୍ ରାସ୍ତା ଉପରେ ଏକ ବୃଷଭକୁ ଦେଖିଥିଲା। ଏହାପରେ ଚାଳକ ଗାଡ଼ିର ଭାରସାମ୍ୟ ହରାଇ ବୃଷଭକୁ ଧକ୍କା ଦେଇଥିଲେ। ଧକ୍କାରେ ବୃଷଭଟି ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡ଼ିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ଲୋକମାନେ କାର୍ ଚାଳକଙ୍କୁ ପଚରାଉଚରା କରିବା ସହ ଆହତ ବୃଷଭଟିର ଚିକିତ୍ସା ବ୍ୟବସ୍ଥା କରିଥିଲେ। ଘଟଣାକୁ ନେଇ କିଛି ସମୟ ଧରି ସେଠାରେ ଉତ୍ତେଜନା ଲାଗିରହିଥିଲା। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏବଂ କାର୍‌ର ଚାଳକଙ୍କ ସମ୍ପର୍କରେ ଅଧିକ ସୂଚନା ମିଳିପାରିନାହିଁ।