ସମାଜସେବାରୁ ରାଜନୀତି ମଇଦାନକୁ ଓହ୍ଲାଇବେ କି ଗୌତମ?
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁSeptember 3, 2026161 views

ସମାଜସେବା, ରକ୍ତଦାନ ଓ ଯୁବପିଢ଼ିଙ୍କ ପାଇଁ ବିଭିନ୍ନ ସାମାଜିକ କାର୍ଯ୍ୟ ମାଧ୍ୟମରେ ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଲ୍ୟାଣୀ ପଞ୍ଚାୟତ ବନସର ଗ୍ରାମର ଯୁବକ ଗୌତମ ସାହୁ।
ମଧ୍ୟବିତ୍ତ ପରିବାରରେ ବଢ଼ିଥିବା ଗୌତମ ପାଠପଢ଼ା ସହ ସମାଜସେବାକୁ ମଧ୍ୟ ନିଜ ଜୀବନର ଅଂଶ କରିଛନ୍ତି। ଗ୍ରାଜୁଏସନ୍ ପରେ ଜାଭିୟର୍ କଲେଜ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟରେ ଅଧ୍ୟୟନ ସମ୍ପୂର୍ଣ୍ଣ କରିଥିବା ଗୌତମ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ରହି ଗରିବ, ଦୁସ୍ଥ ଓ ଅସହାୟଙ୍କୁ ସହଯୋଗ କରିଆସିଛନ୍ତି।
ତାଙ୍କ ସମାଜସେବାର ଏକ ଉଲ୍ଲେଖନୀୟ ଦିଗ ହେଉଛି ୨୮ ବର୍ଷ ବୟସରେ ୨୮ ଥର ରକ୍ତଦାନ। ଏହି କାର୍ଯ୍ୟ ପାଇଁ ସେ ବିଭିନ୍ନ ସଂଗଠନ ପକ୍ଷରୁ ମାନପତ୍ର ଓ ସମ୍ମାନ ମଧ୍ୟ ପାଇଛନ୍ତି।
କେବଳ ସମାଜସେବା ନୁହେଁ, ସାହିତ୍ୟ ଓ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ତାଙ୍କର ସକ୍ରିୟତା ରହିଛି। ଏଥିସହ ଆରଏସଏସ, ଏବିଭିପି ଓ ସ୍ୱଦେଶୀ ଜାଗରଣ ମଞ୍ଚ ସହ ଜଡ଼ିତ ରହି ବିଭିନ୍ନ ଦାୟିତ୍ୱ ତୁଲାଇଥିବା ଜଣାପଡ଼ିଛି।
ଭଦ୍ରକ ଜିଲ୍ଲାର ଯୁବପିଢ଼ିଙ୍କୁ ସ୍ୱରୋଜଗାର ମାଧ୍ୟମରେ ନିଜ ଗୋଡ଼ରେ ଠିଆ କରାଇବା ଏବଂ ଗାଁଗୁଡ଼ିକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ମଧ୍ୟ ଗୌତମଙ୍କ ଚିନ୍ତାଧାରା ରହିଛି।
ଏବେ ତାଙ୍କୁ ନେଇ ଅଞ୍ଚଳରେ ଆଉ ଏକ ଚର୍ଚ୍ଚା ଜୋର ଧରିଛି। ସମାଜସେବାରୁ କଣ ରାଜନୀତି ମଇଦାନକୁ ଓହ୍ଲାଇବେ ଗୌତମ? ଆଗାମୀ ଦିନରେ ତାଙ୍କୁ ରାଜନୈତିକ ମଞ୍ଚରେ ଦେଖିବାକୁ ମିଳିବ କି ନାହିଁ, ତାହାକୁ ନେଇ ଚର୍ଚ୍ଚା ଚାଲିଛି।
ତେବେ କେଉଁ ଦଳରେ ଯୋଗଦେବେ କିମ୍ବା ରାଜନୀତିକୁ ନ ଆସି ସମାଜସେବାକୁ ଆହୁରି ବ୍ୟାପକ କରିବେ—ସେନେଇ ଗୌତମଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଘୋଷଣା ହୋଇନାହିଁ।
ତେଣୁ ଚର୍ଚ୍ଚା କେତେଦୂର ବାସ୍ତବ ରୂପ ନେବ, ତାହା ଆଗାମୀ ଦିନରେ ହିଁ ସ୍ପଷ୍ଟ ହେବ। ଏବେ ସମସ୍ତଙ୍କ ନଜର ଗୌତମ ସାହୁଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ।
