--:--:--
-- ---
Srishti News

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, ଶ୍ୱଶୁର ଗୁରୁତର: ଝଗ୍ରାହି ଛକ ନିକଟରେ ମର୍ମାନ୍ତୁକ ଦୁର୍ଘଟଣା; ପୁଅ ଅଳ୍ପକେ ବର୍ତ୍ତିଲେ

Nuapada (ନୂଆପଡ଼ା)ଗିରେନ୍ଦ୍ର କୁମାର ଜଗତSeptember 3, 202635 views
ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, ଶ୍ୱଶୁର ଗୁରୁତର: ଝଗ୍ରାହି ଛକ ନିକଟରେ ମର୍ମାନ୍ତୁକ ଦୁର୍ଘଟଣା; ପୁଅ ଅଳ୍ପକେ ବର୍ତ୍ତିଲେ
କୋମନା ଥାନା ଅନ୍ତର୍ଗତ ବିଜୁ ଫୋରୱେ ରାସ୍ତାର ଝଗ୍ରାହି ଗ୍ରାମ ଛକ ନିକଟରେ ଗୁରୁବାର ଏକ ମର୍ମାନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ ବାଇକ୍‌ରେତିନି ଆରୋହି ଯାଉଥିବା ସମୟରେ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ତାଙ୍କ ଶ୍ୱଶୁର ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ପୁଅ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି। ସୂଚନା ଅନୁସାରେ, ଧୁମାଭଟା ଗ୍ରାମର ବାପ-ପୁଅ ଓ କୋଟ୍ରିବାହାଲ ଗ୍ରାମର ତାଙ୍କ ଶ୍ୱଶୁର ଏକ ବାଇକ୍‌ରେ ବିଜୁ ଫୋରୱେ ରାସ୍ତା ଦେଇ ଯାଉଥିଲେ। ଝଗ୍ରାହି ଗ୍ରାମ ଛକ ନିକଟରେ ଏକ ଟ୍ରକ୍‌ ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଧକ୍କା ଯୋଗୁଁ ଜଣେ ବାଇକ୍‌ ଆରୋହୀ ଟ୍ରକ୍‌ ତଳେ ଚାପି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ମୃତକଙ୍କ ଶ୍ୱଶୁର ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଚିକିତ୍ସାଳୟକୁ ପଠାଯାଇଛି। ଅନ୍ୟପକ୍ଷରେ ମୃତକଙ୍କ ପୁଅ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ କୋମନା ତହସିଲଦାର ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଦୁର୍ଘଟଣାସ୍ଥଳରେ ତଦନ୍ତ କରିବା ସହ ଘଟଣା ସମ୍ପର୍କିତ ତଥ୍ୟ ସଂଗ୍ରହ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ଓ ଘଟଣାର ପରିସ୍ଥିତି ନେଇ ପୁଲିସ ତଦନ୍ତ ଜାରି ରଖିଛି। ଏହି ଘଟଣାକୁ ନେଇ ଧୁମାଭଟା ଓ କୋଟ୍ରିବାହାଲ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।