ଶୁଦ୍ଧିକ୍ରିୟାକୁ ଯାଉଥିଲେ, ଶବ ହୋଇ ଫେରିଲେ, ଦୁଇ ଜୀବନ ଗଲା, ରାସ୍ତା ଡିଜାଇନକୁ ନେଇ ଉଠିଲା ପ୍ରଶ୍ନ
Bargarh (ବରଗଡ଼)Report: Satya SurujalSeptember 3, 202623 views

ବରଗଡ଼ ବରାହଗୋଡ଼ା ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ ସହ ଧକ୍କାରେ ଚାଲିଗଲା ଦୁଇଟି ମୂଲ୍ୟବାନ ଜୀବନ। ମୃତକ ଦୁଇଜଣ ହେଲେ ବରଡୋଲ ଦେଓଗାଁ ଗ୍ରାମର ଶ୍ରୀମୁଖ ଭୁଏ ଓ ପିଣ୍ଟୁ ଭୁଏ।
ଉଭୟ ଆଜି ଭେଡେନ ଥାନା ଅନ୍ତର୍ଗତ ତାଲପାଲି ଗ୍ରାମକୁ ଏକ ଶୁଦ୍ଧିକ୍ରିୟା କାର୍ଯ୍ୟରେ ଯୋଗଦେବା ପାଇଁ ଘରୁ ବାହାରିଥିଲେ। କିନ୍ତୁ ବରଗଡ଼-ବରାହଗୋଡ଼ା ରାସ୍ତାର ବିକାଶ ହସ୍ପିଟାଲ ସମ୍ମୁଖରେ ଟ୍ରକ୍ ସହ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ଶ୍ରୀମୁଖ ଭୁଏଙ୍କ ମୃତ୍ୟୁ ହୋଇଥିବାବେଳେ, ଗୁରୁତର ଆହତ ପିଣ୍ଟୁ ଭୁଏଙ୍କୁ ବୁର୍ଲା ନିଆଯାଉଥିବା ସମୟରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।
ଦୁଇଟି ପରିବାରର ଖୁସି ଛଡ଼ାଇଦେଲା ଏହି ଦୁର୍ଘଟଣା। ଏପଟେ ବରାହଗୋଡ଼ା ରାସ୍ତାର ଡିଜାଇନକୁ ନେଇ ପୁଣି ଉଠିଛି ବଡ଼ ପ୍ରଶ୍ନ। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଅଶୋକା ବିଲଡକନ୍ ଦ୍ୱାରା ନିର୍ମିତ ଏହି ରାସ୍ତାର ଡିଜାଇନରେ ତ୍ରୁଟି ଥିବାରୁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି।
ଆଉ କେତେ ଜୀବନ ଗଲେ ଚେତିବ ପ୍ରଶାସନ? ଆଉ କେତେ ପରିବାର ଉଜୁଡ଼ିଲେ ସୁଧୁରିବ ଏହି ରାସ୍ତା?
ବରାହଗୋଡ଼ା ରାସ୍ତାର ତୁରନ୍ତ ଟେକ୍ନିକାଲ ଯାଞ୍ଚ କରାଯାଇ ଦୁର୍ଘଟଣା ରୋକିବା ପାଇଁ ଆବଶ୍ୟକ ସୁଧାର କରାଯିବାକୁ ଦାବି ହେଉଛି।

