କୁହୁଡି ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାSeptember 3, 2026126 views

ଖୋର୍ଦ୍ଧା : ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁହୁଡି ପରିସରରେ ଗୁରୁବାର ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ଏକ ସ୍ୱଚ୍ଛତା ଓ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ବିଦ୍ୟାଳୟର ଯୁବ ରେଡ୍କ୍ରସ କାଉନସେଲର ଶ୍ରୀ ଜିତେନ୍ଦ୍ର କୁମାର ବସ୍ତିଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ଆରମ୍ଭ ହୋଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ବନଶ୍ରୀ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତାର ଗୁରୁତ୍ୱ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ।ଏହି ଅବସରରେ ଯୁବ ରେଡ୍କ୍ରସର ସ୍ୱେଚ୍ଛାସେବୀମାନେ ବିଦ୍ୟାଳୟ ପରିସରରେ ସଫେଇ କରିବା ସହିତ ସ୍ୱଚ୍ଛତାର ବାର୍ତ୍ତା ପ୍ରଚାର କରିଥିଲେ। ଶିକ୍ଷକ ମନୋଜ କୁମାର ସାମନ୍ତରାୟ, ସୁବ୍ରତ ସାମନ୍ତରାୟ ଏବଂ ଶିକ୍ଷୟିତ୍ରୀ ଆରତୀ ମିଶ୍ର, ଜୟଶ୍ରୀ ଦାସ, ନିରୁପମା ମହନ୍ତ ଓ ସସ୍ମିତା ନାୟକ ଉପସ୍ଥିତ ରହି ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ।ଯୁବ ରେଡ୍କ୍ରସର ସ୍ୱେଚ୍ଛାସେବୀ ଦୀପିକା ପାତ୍ର, ଇତିଶ୍ରୀ ମହାରଣା, ଅଙ୍କିତା ପ୍ରିୟଦର୍ଶିନୀ, ବୈଶାଖୀ ମହାନ୍ତି, ଅର୍ଚ୍ଚିତା ପ୍ରଧାନ, ରତିକାନ୍ତ ଜେନା ଓ ମିଲନ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଛାତ୍ରଛାତ୍ରୀ ଉତ୍ସାହର ସହିତ ସଫେଇ କାର୍ଯ୍ୟରେ ସାମିଲ ହୋଇଥିଲେ।
ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ଦାୟିତ୍ୱବୋଧ ଓ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସମଗ୍ର କାର୍ଯ୍ୟକ୍ରମକୁ ଯୁବ ରେଡ୍କ୍ରସ କାଉନସେଲର ଶ୍ରୀ ଜିତେନ୍ଦ୍ର କୁମାର ବସ୍ତି ସୁଚାରୁ ରୂପେ ପରିଚାଳନା କରିଥିଲେ।
